Breaking News
ବଲାସିଙ୍ଗା ରିଜର୍ଭ ପଡିଆ ଠାରେ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ :-


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ମଙ୍ଗଳବାର ସକାଳ 8ଘ 30 ମିନିଟ ସମୟରେ ବଲାସିଙ୍ଗା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ପୋଲିସ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠିତ ସମ୍ମିଳିତ ପାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ରିଜର୍ଭ ପଡିଆ ପରିସରରେ ଥିବା ପୋଲିସ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ଅର୍ପଣ କରି ଦେଶ ପାଇଁ ପ୍ରାଣ ବଳୀ ଦେଇଥିବା ପୋଲିସ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l




