Breaking News
ବୌଦ୍ଧ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ, ବୌଦ୍ଧ :


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ସୋମବାର ଦିନ ଦିବା 11 ଘଟିକା ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକ l ଶ୍ରୀଯୁକ୍ତ ନାୟକ ଡାକ୍ତରଖାନାରେ ସାପ କାମୁଡl ରେ ଚିକିତ୍ସlଧୀନ ଥିବା ଡମଡମ ଗ୍ରାମର 9 ବର୍ଷିୟ ନାବାଳକ ପ୍ରହଲ୍ଲାଦ ପୋଢ ଓ ଜିଆଁକଟା ଗ୍ରାମରେ କାନ୍ଥ ଭୁଶୁଡ଼ି ଗୁରୁତର ଅବସ୍ଥାରେ ଚିକିତ୍ସlଧୀନ ଥିବା ରାଜେନ୍ଦ୍ର ବେହେରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l ସେହିପରି ପ୍ରସୂତି ଓ ଶିଶୁ ୱାର୍ଡ ବୁଲି ରୋଗୀ ଓ ରୋଗୀ ସମ୍ପର୍କୀୟ ମାନଙ୍କ ସହ କଥା ହୋଇଥିଲେ | ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସl ଅଧିକାରୀ ଡାକ୍ତର ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ଡାକ୍ତର କିଶୋର ପଟ୍ଟନାୟକ, ଶିଶୁ ବିଶେଷଜ୍ଞ ଡାକ୍ତର ବିଜୟ ସାହୁ, ହସ୍ପିଟାଲ ମ୍ୟାନେଜର ଡାକ୍ତର ଅଶୋକ ନାଥ ପ୍ରମୁଖ ଉପସ୍ଥିତ ଥିଲେ l




