ହରଭଙ୍ଗା ବ୍ଲକ ର ବିଭିନ୍ନ ସୁସଜ୍ଜିତ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଶ୍ୟାମା କାଳ…..


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଆଜି କାର୍ତିକ ମାସ ଚତୁର୍ଦଶୀ ହସ୍ତା କନ୍ୟା ତିଥିରେ ଚନ୍ଦ୍ର କ୍ଷୟ ଓ ମା ଶ୍ୟାମା କାଳୀ ପୂଜା ପୁର ଠୁ ପଲ୍ଲୀ ଉତ୍ସବ ମୁଖର l ଶ୍ୟାମା କାଳୀ ପୂଜା କୁ ନେଇ ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ର ବିଭିନ୍ନ ଗ୍ରାମ ଓ ଅଞ୍ଚଳରେ ଶ୍ୟାମା କାଳୀଙ୍କ ନିମନ୍ତେ ସୁସଜ୍ଜିତ ପୂଜା ମଣ୍ଡପ ସଜାଯାଇଛି। ମା କାଳୀଙ୍କ ଭୟଙ୍କର ରୂପ ଓ ଶକ୍ତି ଦ୍ୱାରା ଅଧର୍ମ ଓ ଅନ୍ୟାୟ ଉପରେ ଧର୍ମ ଓ ନ୍ୟାୟର ବିଜୟ କୁ ପାଳନ କରାଯାଉଛି l ରାତି ସମୟରେ ବିଶେଷ ଧ୍ୟାନ ଓ ତନ୍ତ୍ରୋପାସନା ମାଧ୍ୟମରେ ମା’ଙ୍କ ପୂଜା ନେଇ ଶ୍ରଦ୍ଧାଳୁ ଲୋକ ଭକ୍ତି ଓ ଆସ୍ଥା ସହିତ ପୂଜାରେ ଅଂଶ ନେଉଥିବା ବେଳେ ତାନ୍ତ୍ରିକ ମାନେ ନିଜ ତନ୍ତ୍ର ପୂଜା ନେଇ ବିଭୋର l ବ୍ଲକ ର ହରଭଙ୍ଗା ଟିକିରାସାହି ଜୟ ଦୁର୍ଗା କ୍ଲବ ପକ୍ଷରୁ ଆଠ ଦିନି,ଶିବଶକ୍ତି କ୍ଲବ କୁସଙ୍ଗ ଚେକଗେଟ ପକ୍ଷରୁ ତିନି ଦିନି, କରଞ୍ଜକଟା ତ୍ରିନାଥ ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ପାଞ୍ଚ ଦିନ,ସହିତ ଖଣ୍ଡହତା, ସମ୍ପୋଚ ଗ୍ରାମରେ ଗ୍ରାମବାସୀ ଆନୁକୂଲ୍ୟରେ ମା ଙ୍କ ପୂଜା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ, ମିନବଜାର ଅନୁଷ୍ଠିତ ହେବା ନେଇ ସୂଚନା ରହିଛି l ଏହି ଉତ୍ସବ କେବଳ ଆନନ୍ଦ ଓ ଆଲୋକର ଅଭିବ୍ୟକ୍ତି ନୁହେଁ, ବରଂ ଓଡ଼ିଆ ସଂସ୍କୃତି ଓ ପୁରୁଣା ପରମ୍ପରା ର ସ୍ମୃତିକୁ ପୁନଃ ଜୀବନ କରେ,ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଏହି ଦିନରେ “କାଉଁରିଆ କାଠି” ଜଳାଇ ଗ୍ରାମ ଓ ଘରରେ ବଡ଼ ବଡୁଆ ଙ୍କୁ ବିଦାୟ ଦିଆଯାଏ — ଯାହା ଅର୍ଥ ଅଶୁଭ ଶକ୍ତି, ଅନ୍ୟାୟ, ଓ ଅଭିଚାରକୁ ଗ୍ରାମ ଜୀବନରୁ ବିଦାୟ ଦେବା ଏକ ପୂରାତନ ପଦ୍ଧତି।ଦୀପାବଳି ଓ କାଳୀ ପୂଜା ହେଉଛି ମାନବ ଜୀବନର ଅନ୍ଧକାରରେ ଆଲୋକ ଆଣିବା ଓ ଦୁଷ୍ଟ ଶକ୍ତି ଉପରେ ଶୁଭ ଶକ୍ତିର ବିଜୟର ପ୍ରତୀକ। ଏହି ଉତ୍ସବ ମାନବ ସଂସ୍କୃତି, ଧାର୍ମିକ ଆସ୍ଥା ଓ ଗାଁ ଜୀବନର ଗୌରବପୂର୍ଣ୍ଣ ଐତିହ୍ୟ l




