Breaking News

ପଞ୍ଚମ ରାଜ୍ୟସ୍ତରୀୟ ମା ଭୈରବୀ ମହୋତ୍ସବ ଶୁଭଖୁଣ୍ଟି ସ୍ଥାପନ କଲେ ମୁଖ୍ୟ ସଚେତକ….

 

…ନଭେମ୍ବର 18ରୁ 23 ଛଅ ଦିନ ଧରି ଵ୍ୟାପୀବ ମହୋତ୍ସବ….

 

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଙ୍କ ଯଶ, କୃପା, କରୁଣା କୁ ସାରା ଜଗତରେ ପହଂଚାଇବା ନେଇ କଳ୍ପନା କରାଯାଇଛି ରାଜ୍ୟ ସ୍ତରୀୟ ମା ଭୈରବୀ ଲୋକ ମହୋତ୍ସବ l ମା ଙ୍କ ନାମରେ ନାମିତ ଏହି ମହୋତ୍ସବ ଜିଲ୍ଲାର ପୁରୁଣାକଟକ ଭୈରବୀ ମହୋତ୍ସବ କମିଟି ଚଳିତ ବର୍ଷ ପାଳନ କରିବ ପଞ୍ଚମ ରାଜ୍ୟ ସ୍ତରୀୟ ଭୈରବୀ ମହୋତ୍ସବ l ମହୋତ୍ସବ କୁ ନେଇ ମଙ୍ଗଳବାର ପୁରୁଣାକଟଜ ମିନି ଷ୍ଟାଡିୟମ ବା ମହୋତ୍ସବ ପଡିଆରେ ରେ ମୁଖ୍ୟ ଅତିଥି ମହୋତ୍ସବ କମିଟିର ସଦସ୍ୟ ବୌଦ୍ଧ ବିଧାୟକ ତଥା ଓଡିଶା ସରକାର ଙ୍କ ମୁଖ୍ୟ ସଚେତକ ମାନ୍ୟବର ସରୋଜ କୁମାର ପ୍ରଧାନ ଙ୍କ କର କମଳରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି l ଶୁଭଖୁଣ୍ଟି ସ୍ଥାପନ ରେ କର୍ତ୍ତା ଭାବେ ମହୋତ୍ସବ କମିଟିର ସଭାପତି ଯୁବ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲ ଙ୍କ ସମେତ ମୁଖ୍ୟ ଅତିଥି କାର୍ଯ୍ୟଭାର ତୁଲାଇଥିବା ବେଳେ ପୁରୋହିତ ଭାବେ ଲବ ଚାନ୍ଦ କାର୍ଯ୍ୟ କରିଥିଲେ l ପରେ ମହୋତ୍ସବ କୁ ନେଇ ମହୋତ୍ସବ କମିଟିର ସଭାପତି ଙ୍କ ସଭାପତିତ୍ୱ ରେ ସାଧାରଣ ସଭାରେ ମୁଖ୍ୟ ଅତିଥି ଚଳିତ ବର୍ଷ ମହୋତ୍ସବ ଆକର୍ଷଣୀୟ ସହିତ ଅଂଚଳ ର ଭାଇ ଚାରା, ଲୋକ କଳା, ଲୋକ ନୃତ୍ୟ, ସଂସ୍କୃତି ଓ ପରମ୍ପରା କୁ ଉଦ୍ଜୀବିତ କରିବ ଓ ମା ଙ୍କ ମହିମା ସାରା ଜଗତ ରେ ବିଖ୍ୟାତ ନେଇ ଏହି ମହୋତ୍ସବ କରାଯାଉଥିବା ମତ ରଖିଥିଲେ l ଅନ୍ୟ ପଟେ ସଭାପତି ଶାନ୍ତି, ମୈତ୍ରୀ ଓ ପ୍ରୀତି ଏହି ମହୋତ୍ସବ ରୁ ଶିକ୍ଷା ମିଳେ ବୋଲି ମତ ଦେଇଥିଲେ l ମହୋତ୍ସବ ପାଇଁ ଆଗାମୀ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା ହୋଇଥିବା ବେଳେ ସଭା କାର୍ଯ୍ୟ କୁ କମିଟିର ସଦସ୍ୟ କୈଳାସ ଅଗ୍ରୱାଲ ପରିଚାଳନା କରୁଥିବା ବେଳେ ଶେଷରେ ମହୋତ୍ସବ କମିଟିର ଉପସଭାପତି ଅକ୍ରୁର ସେଠୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ଓ ସଭାପତି ସଭାସାଙ୍ଗ କରିଥିଲେ l ଆଜିର ସମସ୍ତ କାର୍ଯ୍ୟକ୍ରମରେ ସୁକାନ୍ତ ପଟ୍ଟନାୟକ,ପ୍ରାଣବନ୍ଧୁ ସାହୁ, ବାଳକୃଷ୍ଣ ନାଏକ, ଶୁଭ୍ରଜିତ ପ୍ରଧାନ, ବରିଷ୍ଠ ନାଗରିକ ତଥା ଉପଦେଷ୍ଟା ବିଜୟ କହଁର, ସହିତ ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ଓ ଭୈରବୀ କ୍ଲବ ର ସଦସ୍ୟ, ଏବଂ ଅଚଳ ର ଶତାଧିକ ଜନତା ସାମିଲ ରହିଥିଲେ l

Related Articles

Back to top button