ସରକାରୀ ପ୍ରାଥମିକ ବିଦ୍ୟାଳୟ ଠିଡ଼ିକାଜୋର ରୁ ଚୋରି ଘଟଣା… .. ଚୋରି ସାମଗ୍ରୀ ଜବଦ ତିନି ଅପରାଧୀ କୁ କୋର୍ଟ ଚାଲାଣ….


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ନିକଟସ୍ଥ ଠିଡ଼ିକା ଜୋର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଚୋରି ଘଟଣା, ପର୍ଦାଫାଶ କଲା ପୁରୁଣାକଟକ ପୋଲିସ l ଚୋରି ସାମଗ୍ରୀ ଜବଦ ସହ ତିନି ଡକାୟତ କୁ କାବୁ କରି କୋର୍ଟ ଚାଲାଣ କରିଥିବା ସୂଚନା l ପୁରୁଣାକଟକ ଥାନା ସୂଚନା ମତେ ଗତ 15ତାରିଖ ରେ ଠିଡ଼ିକା ଜୋର ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଏକ ବଡ଼ ଏଲ ଇ ଡ଼ି, ତିନୋଟି କାନ୍ଥ ପଙ୍ଖା ଚୋରି ହୋଇଥିବା ନେଇ ପୁରୁଣାକଟକ ଥାନା ରେ ସ୍କୁଲ ର ପ୍ରଧାନ ଶିକ୍ଷକ 16ତାରିଖ ରେ ଲିଖିତ ଅଭିଯୋଗ କରିଥିଲା l ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ଅରୁଣ କୁମାର ସିଂ ସ୍ପେଶାଲ ତଦନ୍ତ କରି ଚୋରି ସାମଗ୍ରୀ ଜବଦ ସହିତ ଚୋରି କରିଥିବା ତିନି ଆସାମୀ କୁ ଧରିବାରେ ସଫଳ ହୋଇଛନ୍ତି l ଆସାମୀ ଗୁଡିକ ପୁରୁଣାକଟକ ଥାନା ଅଂଚଳ ର ଠିଡିକା ଜୋର ଗ୍ରାମର ସିମଞ୍ଜ ବେହେରା, ଆଡ଼େଣି ଗଡ଼ ଗ୍ରାମର ସିଲୁ ରଣା, ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ଖଜୁରୀ ପଡ଼ା ଥାନା ଗୁଣ୍ଡୁରୀ ସାହିର ଭୀମସେନ ଭୋଇ ହୋଇଥିବା ବେଳେ ଗିରଫ ଆସାମୀ ଙ୍କୁ ଥାନା ପକ୍ଷରୁ 170/2025 u/s-305/331(4)BNS କେଶ ନଂ ରୁଜୁ କରି ଚାରିଛକ ଏସ ଡ଼ି ଯେ ଏମ କୋର୍ଟ କୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l




