ସେବାସମବାୟ ସମିତିରେ ସାର ଅଭାବ ଚାଷୀ ନିରାଶ ବାହାର ଏରିଆ ରୁ ଆସି ସାର ନେଲେ କିନ୍ତୁ ଏରିଆ ଚାଷୀ ଙ୍କୁ ସାର ମିଳୁନି l


ବୌଦ୍ଧ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜ଼ିଲ୍ଲା ଏକ ଚାଷୀ ବହୁଳ ଜ଼ିଲ୍ଲା କହିଲେ ଅତ୍ୟୁକ୍ତି ହେବ ନାହିଁ ଯାହାକି ଜ଼ିଲ୍ଲାର ଚାଷୀ କୁଳ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ରବି ଏବଂ ଖରିପ ହେଲେ ସେବାସମବାୟ ସମିତିର ସମ୍ପାଦକ ମାନେ ମନ ଇଚ୍ଛାରେ କାର୍ଯ୍ୟ ତୁଲାଉଛନ୍ତି l ଯାହାକି ହରଭଙ୍ଗା ବ୍ଲକ ଆଡେଣି ଗଡ଼ ସେବାସମବାୟ ସମିତି ରେ ଧାନ ତଳି ପକାଇବା ସମୟରେ କିଛି ସାର ଆସିଥିଲା ତା ପରେ ଅଗଷ୍ଟ 23 ତାରିଖରେ ସେବାସମବାୟ ସମିତିକୁ ୟୁରିଆ ଏବଂ ଡି ଏ ପି ସାର ଆସିଥିଲା ହେଲେ 25 ତାରିଖରେ କିଛି ଚାଷୀ ଫୋନ କରି ପଂହଁଚି ଲା ବେଳେ ସମ୍ପାଦକ ମହାଶୟ ବିଭୁତି ଭୂଷଣ ସାହୂ ରୋକ ଠୋକ ସାର ଶେଷ ହୋଇ ଗଲା ବୋଲି କହିଥିଲେ ପୁଣି କହିଲେ କିଛି ଚାଷୀଙ୍କୁ ହାତ କରି କରଞ୍ଜକଟା ପଟର ଚାଷୀ ଆସି ସବୁ ସାର ନେଇ ଗଲେ ଏଣୁ ଏଥିରୁ ଜଣା ପଡୁଛି ଜଣେ ଅଣ ଚାଷୀ ସାର ନେଇ କଳାବଜାରୀ କରୁଛି ନା ସମ୍ପାଦକ ଏଥିରେ ସମ୍ପୃକ୍ତ ଅଛନ୍ତି ଏଣୁ ଏସବୁ ପ୍ରତି ଜ଼ିଲ୍ଲା ପାଳ ସ୍ଵ ତନ୍ତ୍ର ଦୃଷ୍ଟି ଦେବା ଶହ ଦୋଷୀ ବିରୁଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି l ପୁଣି ଧାନ ମଣ୍ଡି ପଞ୍ଜି କରଣ ସମୟରେ ମଧ୍ୟ୍ୟ ଚାଷୀ ମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି ଯାହାକି ସମ୍ପାଦକ ପ୍ରତିବର୍ଷ କିଛି ଚାଷୀଙ୍କୁ ହାତରେ ରଖି ତାଙ୍କର ପଞ୍ଜିକରଣ ଅତିଶହଜରେ କରି ଅନ୍ୟ ମାନଙ୍କୁ ହଇରାଣ କରିଥାନ୍ତି l ଯାହାକି ଧାନ କିଣା ସମୟରେ ସେହି ଚାଷୀମାନଙ୍କୁ ଡାକି କେବଳ ଲେନ୍ସ ଫୋଟୋ ଉଠା ଯାଇ ତାଙ୍କୁ ଟଙ୍କା ଉଠାସମୟରେ କିଛି ପକେଟ ଖର୍ଚ୍ଚ ଦେଇ ନିଜେ ମାଲେ ମାଲ ହୋଇ ଥାନ୍ତି ଏଣୁ ଧାନ ମଣ୍ଡି ସମୟରେ ଉଚ୍ଚ ପଦସ୍ଥ ଅଧିକାରୀ ମଣ୍ଡି ମାନଙ୍କ ରେ ପରିଦର୍ଶନ କଲେ ପ୍ରକୃତ ଚାଷୀ ଧାନ ମଣ୍ଡିକୁ ଧାନ ଆଣିଛି ନା ଭୁତ ଆଣିଛି ତାହା ପ୍ରକୃତ ଗୁଡ ରହସ୍ୟ ଜଣା ପଡନ୍ତା l




