Breaking News

ମହୁଲଵାହାଲି ଗାଁରେ ନୂଆଁଖାଇ ଭେଟଘାଟ।ଲୋକଙ୍କ ମନ ମୋହିଲା ନାଟକ କେରଙ୍ଗେଲା।

 

କଣ୍ଟାମାଳ: -୩୧/୮/୨୫ ସମର୍ଥସମାଚାର (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମହୁଲଵାହାଲି ଗ୍ରାମରେ ମାଁ କଙ୍କାଳି ଗଣେଶ ପୂଜା କମିଟି ପକ୍ଷରୁ ଚତୁର୍ଥ ଥର ପାଇଁ ନୂଆଁଖାଇ ଭେଟଘାଟ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ ଜାତି ବର୍ଗର ଲୋକ ସମବେତ ହୋଇ ପରସ୍ପର ଭେଟଘାଟ ହେବା ସହ ପାରମ୍ପରିକ ନୃତ୍ୟ ଗୀତର ମଜା ନେଇଥିଲେ। ଚଳିତ ବର୍ଷ ନୂଆଁଖାଇ ଭେଟଘାଟ ଉତ୍ସବରେ ଡ଼ା. ସତ୍ୟନାରାୟଣ ମଲ୍ଲିକଙ୍କ ରଚୟିତା ସଂସ୍କାରଧର୍ମୀ ନାଟକ କେରଙ୍ଗେଲା ନାଟକ ପରିବେଷଣ ହୋଇଥିବା ବେଳେ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ବଡ଼ଭାଇ। ନୁର୍ ବେଗମ ଙ୍କ କଣ୍ଠରୁ ଫଟାଇ ଖାଇଲି ବେଲ ଗୀତରେ ବେଶ୍ ଝୁମିଥିଲେ ଦର୍ଶକ। ଅନିଲ ଭାଇଙ୍କ ସୁମଧୁର କଣ୍ଠରୁ ଆମେ ବଉଦିଆ,ବଉଦ ଆମର ଗୀତ ଓ କୃପାସିନ୍ଧୁ ସୁନାଙ୍କ ହାଏ ତୋର କସମ୍ ଗୀତ ବେଶ୍ ବିମୋହିତ କରିଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ସମ୍ମାନିତ ଅତିଥି ରୂପେ ଆଶିଷ କୁମାର ସାହୁ ସମାଜସେବୀ ଓ ଉଦ୍ଯୋଗି, ଶିବ ଚୌଲିଆ ଓ ଟୁଟୁଲ ପଟ୍ଟନାୟକ ଯୁବନେତା , ଓମ୍ ପ୍ରକାଶ ମିଶ୍ର ଯୁବ ବିଜେପି ନେତା, ଉତ୍ତମ କୁମାର ମହଲା ଲୋପାମୁଦ୍ରା କଲେଜ ସମ୍ପାଦକ ପ୍ରକାଶ ସାହୁ ପୂର୍ବତନ ମୁନ୍ସିପଲ୍ଟୀ ଚେୟାର ମେନ୍ ସୋନପୁର, ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା , ପ୍ରକାଶ ସାହୁ କମିଟି ସଦସ୍ୟ , ବିଜୟ କୁମାର ତ୍ରିପାଠୀ ବରିଷ୍ଠ ଶିକ୍ଷାବିତ୍, କଲ୍ୟାଣୀ ବିଶ୍ବାଳ ଅବସରକାଳୀନ ଶିକ୍ଷୟତ୍ରୀ,ନକୁଳ ବାଘ ଗ୍ରାମର ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା କରିଥିଲେ ଅଞ୍ଜନ କୁମାର ପଟ୍ଟନାୟକ ଓ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ବୈଦ୍ୟ ନାଥ ହୋତା । କମିଟିର ସଭାପତି ହେମନ୍ତ ମହାକୁଡ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଉପଢୌକନ ଓ ମାନ ପତ୍ର ଦେଇ ସମ୍ମାନିତ କରିଥିବା ବେଳେ ଅନ୍ୟପଟେ ଉକ୍ତ ନାଟକରେ ଲଲିତ ମହାକୁଡ, ପ୍ରଶାନ୍ତ ପ୍ରଧାନ, ସଞ୍ଜୀବ ବଗର୍ତ୍ତି, ସରୋଜ ବଗର୍ତ୍ତି, ବିଶିକେଶନ ମହାକୁଡ, ଜଗନ୍ନାଥ ଭୋଇ, ବିଶା ହାତୀ, ନରତ୍ତମ୍ ଭୋଇ, ସୂର୍ଯ୍ୟ ମହାକୁଡ , ମାନ ବଗର୍ତ୍ତି, ଆୟୁଷ ସାହୁ, କରିଷ୍ମା ଭୋଇ, ମମତା, ଟିକିଲି, ସତ୍ୟବାନ ଭୋଇ, ମଣ୍ଟୁ ମହାକୁଡ, ପିଣ୍ଟୁ ଭୋଇ ପ୍ରମୁଖ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା।ଏହା ପରେ ଗ୍ରାମର ଛୋଟ ଛୋଟ କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ସୁନ୍ଦର ଭାବରେ ପରିବେଷଣ ହୋଇଥିଲ। ଏହି ଅବସରରେ ଅନୁଷ୍ଠିତ ନାଟକ କେର୍ଙ୍ଗେଲା 

 କୁ ଦର୍ଶକ ମନଭରି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ଏହି ପରିପରେକ୍ଷୀରେ ବାଦ୍ୟ ଯନ୍ତ୍ର ଓ ଲାଇଟ୍ ଆଲୋକିକରଣ ଓ ସାଉଣ୍ଡ ସିଷ୍ଟମ ପ୍ରତିଭାଗୀଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନାରେ କମିଟିରସମସ୍ତ ସଦସ୍ୟ ସହଯୋଗ କରିଥିଲେ। ବିଳମ୍ୱିତ ରାତି ଯାଏ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଉପଭୋଗ କରିଥିଲେ। ଶେଷରେ ବରିଷ୍ଠ ସାମ୍ବାଦିକ ବୈଦ୍ୟ ନାଥ ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button