Breaking News

କଣ୍ଟାମାଳ କଲେଜ ଅଧ୍ୟକ୍ଷଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

 

କଣ୍ଟାମାଳ: -୩୧/୮/୨୫ ସମର୍ଥ ସମାଚାର (ପ୍ରଭାତ କୁମାର ସାହୁ) ଚାକିରି କରିବା ମାନେ ଅବସର ନିଶ୍ଚୟ,ସରକାରୀ ହେଉ ଅବା ବେସରକାରୀ, ନିତି ନିୟମରେ ବନ୍ଧା |ଏହି କ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦରସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ବସନ୍ତ କୁମାର ପଟ୍ଟନାୟକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ବରିଷ୍ଠ ଅଧ୍ୟାପକ ସାଗର ବର୍ଗର୍ତ୍ତୀ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ଦୁଃଖକାଳୀନ ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଅଧ୍ୟକ୍ଷ ଭାବେ କଲେଜରେ ଯୋଗଦେବାପରେ ଅନୁଷ୍ଠାନର ହୋଇଥିବା ଶିକ୍ଷାପଦ୍ଧତ୍ତି, ଉତ୍ତମ ଆଚରଣ, ବ୍ୟବହାର, ସମସ୍ତକର୍ମଚାରୀ ଛାତ୍ରଛାତ୍ରୀଙ୍କ ସହିତ ସୁସଂପର୍କ ଉପରେ ଆଲୋକପାତ କରିଥିଲେ। ସଭାକୁ ଅଧ୍ୟାପକ ସୁନିଲ ହରିପାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ସ୍ଥଳେ ବରିଷ୍ଠ ଅଧ୍ୟାପକ ଦେବଦାସ ମହାପାତ୍ର ଧନ୍ୟବାଦ ପ୍ରଦାନ କରି ଚିରାଚରିତ ଢ଼ଙ୍ଗରେ ବିଭିନ୍ନ ବିଦାୟକାଳୀନ ଉପହାରମାନ୍ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ନୂତନ ଅଧ୍ୟକ୍ଷ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ବରିଷ୍ଠ ଅଧ୍ୟାପକ ସାଗର ବଗର୍ତ୍ତୀଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ପ୍ରଦାନ କରାଯାଇଥିଲା।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button