Breaking News

ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁରେ ସଂପୃକ୍ତ ଦୋଷୀଙ୍କୁ କଠୋର ଶାସ୍ତି ଦାବିରେ ଏଆଇଡିଏସଓର ଦାବିପତ୍ର ପ୍ରଦାନ

 

ଢେଙ୍କାନାଳ : ତା.୧୬.୭.୨୦୨୫ ରିଖ : ଫକୀର ମୋହନ କଲେଜର ମୃତ ଛାତ୍ରୀ ସୋମ୍ୟାଶ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବା,ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା,ଶିକ୍ଷାନୁଷ୍ଠାନ ପରିସର ଭିତରେ ଓ ବାହାରେ ଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା, ଛାତ୍ରୀମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଓ ଆକାଡେମିକ୍ ହାରାସମେଣ୍ଟର ଥ୍ରେଟ୍ କଲଚର୍ ବନ୍ଦ କରିବା,କ୍ୟାମ୍ପସ ମଧ୍ୟରେ ଗଣତାନ୍ତ୍ରିକ ପରିବେଶକୁ ସୁରକ୍ଷା ଦେବା,ଅଶ୍ଳୀଳତା,ନଗ୍ନତା ଓ ମଦ,ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ଦାବିରେ ଛାତ୍ର ସଂଗଠନ ଏଆଇଡିଏସଓ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏଆଇଡିଏସଓ ରାଜ୍ୟ ପରିଷଦର ସମ୍ପାଦକ ମଣ୍ଡଳୀ ସଦସ୍ୟ ବିନୋଦ ସେଠୀ,ଛାତ୍ରନେତା ବିକାଶ ଚନ୍ଦ୍ର ସାହୁ,ନୃସିଂହ ନାଏକ,ବିଶ୍ବରଂଜନ ଭୂତିଆ,ଧୀରଜ ରାଉତ,ଚନ୍ଦ୍ରଶେଖର ସାହୁ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ।ସୂଚନାଯୋଗ୍ୟ ଯେ,ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଆସନ୍ତା କାଲି ୧୭ ଜୁଲାଇକୁ ଏଆଇଡିଏସଓ ପକ୍ଷରୁ ସାରା ଓଡ଼ିଶା ଛାତ୍ର ଧର୍ମଘଟ ଡାକରା ଦିଆଯାଇଛି।ଏଣୁ,ଏହି ଧର୍ମଘଟକୁ ଢେଙ୍କାନାଳ ଜିଲ୍ଲାରେ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ଜିଲ୍ଲାର ସମସ୍ତ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ ଶିକ୍ଷକ,ବୁଦ୍ଧିଜୀବୀ ତଥା ସର୍ବସ୍ତରର ଜନସାଧାରଣଙ୍କୁ ସଂଗ୍ରାମୀ ନିବେଦନ କରାଯାଇଛି।

 

Related Articles

Back to top button