ଦିନ ରେ ଫ୍ଲିପ୍ କାର୍ଡ ଡେଲିଭରି ରାତିରେ ଚୋରି! ଦୀର୍ଘ ଆଠ ମାସ ପରେ ବାନ୍ଧିଲା ପୋଲିସ୍।


ଛତିଆ ା ୮/୭(ଆ ପ୍ର ୍): ବଡ଼ଚଣା ବ୍ଳକ ବୈରି ଥାନା ଅନ୍ତର୍ଗତ ସୋଲର ଗ୍ରାମରୁ ଦୀର୍ଘ ଆଠ ମାସ ପୂର୍ବରୁ ଚୋରି କରୁଥିବା ଚୋରକୁ ପୋଲିସ ବାନ୍ଧି କୋର୍ଟ ଚାଲାଣ କରିଛି। ପୋଲିସର ଖବର ରୁ ପ୍ରକାଶ ଯେ ସୋଲାର ଛକର ସ୍ୟଜିତ ସାହୁ ଙ୍କ ମୋବାଇଲ୍ ଦୋକାନ ରୁ ତାଲା ଭାଙ୍ଗି ତିନୋଟି ସ୍ମାର୍ଟ ଆଣ୍ଡରିଓଡ୍ ମୋବାଇଲ୍ , ଏୟାର କଣ୍ଡିସନ ଏସି,ନଗଦ ପାଞ୍ଚ ହଜାର ଟଙ୍କା ଚୋରି ହୋଇଥିବା ୩୦/୯/୨୪ ରେ ଲିଖିତ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ତଦନ୍ତ ଅଧିକାରୀ ଭାବେ ବିରେନ୍ଦ୍ର ପଣ୍ଡା ଥାନା କେଶ୍ ନମ୍ବର ୨୦୯/୨୪ ଚୋରି ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରି ବିଶେଷ ସୁତ୍ରରୁ ଖବର ପାଇଲା ସୋଲାର ଗ୍ରାମର ରଶ୍ମି ରଞ୍ଜନ ରାଉତ ଙ୍କ ପୁତ୍ର ରାଜେଶ କୁମାର ରାଉତ ବୟସ ୨୦ ଚୋରି କରିଛି । ଥାନା ଅଧିକାରୀ ଅଂଶୁମାଳା ଦାସ ସଦଳ ବଦଳ ଧରି ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଘରକୁ ଚଢ଼ାଉ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ରାଜେଶ ପେଶାରେ ଦିନ ରେ ଫ୍ଲିପ୍ କାର୍ଡ ଡେଲିଭରି କାର୍ଯ୍ୟ କରେ ରାତିରେ ଚୋରି କରୁଥିବାର ବୟାନ ଦେଇଛି। ଚୋରି ହୋଇଥିବା ଏସି ଏବଂ ବହୁ ଚୋରା ସାମଗ୍ରୀ ତାଙ୍କ ଘରୁ ଜବତ୍ ହୋଇଛି।




