Breaking News

ଗୀତାଶ୍ରମ ପରିସରରେ ବନମହୋତ୍ସବ ଅବସରରେ ଏକ ବୃକ୍ଷ ରୋପଣ ଓ ସଚେତନତା ସଭା ଅନୁଷ୍ଠିତ

ଗୀତା ଉପନିଷଦ ଆଲୋଚନା ଚକ୍ର ଓ ସିଦ୍ଧଗିରି charitable trust ମିଳିତ ଆନୁକୂଲ୍ୟରେ ଆଜି ତା 06/07/2025ରିଖ ରବିବାର କୁଶପଡା ଗୀତାଶ୍ରମ ପରିସରରେ ବନମହୋତ୍ସବ ଅବସରରେ ଏକ ବୃକ୍ଷ ରୋପଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସଭାପତି ବାବାଜୀ ବିଶ୍ୱନାଥ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାକୁ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଦିଲୀପ କୁମାର ରାଉତ ସଂଚାଳନ କରିଥିଲେ l ମୁଖ୍ୟ ଅତିଥି ଭାବରେ ଗରୁଡ ଗ୍ରାମ ସରପଞ୍ଚ ସୁଶ୍ରୀ ଦିପ୍ତୀରେଖା ବେହେରା, ମୁଖ୍ୟ ବକ୍ତା ଭାବରେ ଡ୍ରିମ୍ସ ୟୁନିଭର୍ସିଟିର ଲୋକସମ୍ପର୍କ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ନିରାକାର ସାହୂ, ସମ୍ମାନିତ ଅତିଥି ଭାବରେ ଦାନଗଦି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ, ଗରୁଡ଼ ଗ୍ରାମ ପଂଚାୟତ ସମିତିସଭ୍ୟ ସୁଲଭ କୁମାର ସାମଲ, କଣ୍ଟୀଗାଡ଼ିଆ ଗ୍ରାମପଂଚାୟତ ର ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ ଉତ୍ତମ କୁମାର ଦାସ, ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ଓ ଏହାର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ l ଅନୁଷ୍ଠାନ ର ଉପ ସଭାପତି ଧନେଶ୍ୱର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ, ଅନୁଷ୍ଠାନ ର ପ୍ରାକ୍ତନ ସମ୍ପାଦକ ଶ୍ରୀଯୁକ୍ତ ନବକିଶୋର ବିଶ୍ୱାଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ, ଶେଷରେ ଶ୍ରୀଯୁକ୍ତ ପୁରୁଷୋତ୍ତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ଶେଷରେ ଅତିଥିମାନେ ଗୀତାଶ୍ରମ ପରିସରରେ ନଡ଼ିଆ ଗଛ, ଆମ୍ବ ଗଛ ଆଦି ଫଳ ଚାରା ରୋପଣ କରିଥିଲେ l ଏହି ଅବସରରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

Related Articles

Back to top button