Breaking News
80.ଗେଜ କେବୁଲ ଏଲ, ଟି. ଲାଇନ ରଖୁଣ୍ଟ ସବୁ ବେକାର ହୋଇପଡିଥିବାବେଳେ ଭୟଭୀତ ଅବସ୍ଥାରେ ଦେଢ ଶହ ପରିବାର


ନିଆଳି–ନିଆଳି ବ୍ଳକର ଏରଞ୍ଚଗ୍ରାମର ବାଲିସାହିର ନଅ ଏବଂ ଦଶନଂ ୱାତରେ ଅଶିଗେଜ କେବୁଲ ଏଲ.ଟିଲାଇନ ଖୁଣ୍ଟ ସବୁ ମୂଳ ଖାଇ ଯାଇ ଖୁଣ୍ଟସବୁହଲୁଛି । ବିପଦ ଶଙ୍କୁଳ ଭିତରେ ଦେଢ ଶହ ପରିବାର ସେଠାରେ ଭୟଭୀତ ଅବସ୍ଥାରେ ରହିଛନ୍ତି I ସେହି ଲାଇନ ଯାଇଥିବା ଖୁଣ୍ଟ ସାମ୍ନାରେ ଅଙ୍ଗନୱାଡି କେନ୍ଦ୍ରବିରହିଛି।ସବୁପିଲାମାନେ ସେଠାରେ ପାଠପଢ଼ିବାକୁ ଆସୁଛନ୍ତି।ଦେଉ ଶହ ପରିବାର ଲୋକ ଏବଂ ଅନ୍ୟାନ ଲୋକମାନଙ୍କ ଯାତାୟତ ବିଲାଗି ରହିଛି| ଯଦି ବଡ ଧରଣର ପବନ ବହେ ଜୀବନ ଚାଲିଯିବାର ଆଶଙ୍କା ବହୁତ ମାତ୍ରାରେ ରହିଛି। ସେଠାକାର ଗ୍ରାମବାସୀ ଇଲେକ୍ଟ୍ରି ଅଫିସ ଯାଇଯାଇଥକି ପଡିଲେଣି, S.D. 0., JEE ଠାରୁ ଆରମ୍ଭ କରି ଏମ.ଏ.ଏଲଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲା ପରେ ବି ସେମାନେ କେହି କର୍ଣ୍ଣପାତ କରୁନାହାଁନ୍ତି। ଇଲେକ୍ଟ୍ରି ବାଲାଙ୍କ ବେପାରୁଆ ମନମୁଖୀ ନୀତି ଯୋଗୁ ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।-ନିଆଳିରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜ, ଓଡ଼ିଶା




