Breaking News

ଗାଁ. ଗାଁରେ ବସୁଧା ଯୋଜନା ଆସିଥିବାବେଳେ ପାଣି ଟୋପେ ପାଇଁ ଏବେ ବି ଲୋକେ ହତସନ୍ତ

|ନିଆଳି — ନିଆଳି ବ୍ଳକର ଏରଞ୍ଚଗ୍ରାମବାଲିସାହିର ଦଶନଂ ୱାଡର ବାସିନ୍ଧା ପାଣି ଟୋପେ ପାଇଁ ହତସନ୍ତରେ ଜୀବନ ବିତାଉଛନ୍ତି।ଏହି ୱାଡର ୨କିଲୋମିଟର ଦୂରରେଏରଞ୍ଚବଜାରକଲେଜ ସମ୍ନାରେ ପାଣି ଟାଙ୍କି ଥାଇବି ସପ୍କାଇ ପାଣିରୁ ଏମାନେ ବଞ୍ଚିତ । ସେହି ୱାତରେ ଗୋଟାଏ ଟିଉବଲଥିବାବେଳେ ସେଥିରୁ ଆଇରନ ମିଶା କଳାରଙ୍ଗର ପାଣି ବାହାରୁଛି।ଯୋଉ ପାଣି ପିଇବା ପାଇଁ ବିଉପଯୋଗୀ ନୁହେଁ, ଛୁଆପିଲା ଠାରୁ ଆରମ୍ଭ କରି ବୁଢ଼ାବୁଢୀ,ଗୃହପାଳିତ ପଶୁପକ୍ଷୀ ଏହି ଗୋଟାଏ ଟିଉବଲଉପରେ ନିର୍ଭର କରନ୍ତି, ଏବେ ଯେଉଁଭଳି ଭାବରେ ଚାରିଆଡେ ଝାଡା, ବାନ୍ତି ବ୍ୟାପି ଚାଲିଛିଏମାନେ ବି ସେଥିରୁ ବାଦ ପଡିବେ ନାହିଁ I ଯେତେ ଅଭିଯୋଗ ଆଣିଲେ ବି କାହାରି ସେଥିପ୍ରତି ଦୃଷ୍ଟି ପଡୁନାହିଁ । ଅଫିସରବାକୁମାନଙ୍କୁ ଗୁହାରୀ କଲେବି କେଉଁଥିରେ ସଫଳ ମିଳୁନାହିଁ।ଯୋଜନା ମୁତାବକ କାମ ଚାଲିଛି କିନ୍ତୁ ସଫଳତା ମିଳୁନାହିଁ, ଦେଖାଯାଉ କେବେ ଏମାନଙ୍କ ଗୁହାରୀ ପ୍ରଶାସନ ଶୁଣୁଛି।—ନିଆଳିରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜ-ଓଡ଼ିଶା

Related Articles

Back to top button