Breaking News
ଆଷାଢ଼ ଶୁକ୍ଲ ଦ୍ଵାଦଶୀ ଦିନ ଶ୍ରୀ ଜୀଉ ଙ୍କ ଅଧର ପଣା ନୀତି ଆୟୋଜନ ହୋଇଥାଏ


ପ୍ରତ୍ୟେକଟି ନୀତି ଯଥାରୀତି ନୀତି ନିୟମ ଶୁଦ୍ଧ ତା ସହ ହୋଇ ଥାଏ, ଛତିଆ ବାଇପାସ ଛକ ଜଗନ୍ନାଥମନ୍ଦିର ଶ୍ରଦ୍ଧାଳୁଙ୍କ ସମାଗମ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ଘୋଷ ଯାତ୍ରାର ଶେଷ ପର୍ବ, ଏହାକୁ ଅଧର ପଣା ଉତ୍ସବ ଯେମିତି ଭୋଜି ଭାତ ସରିଲେ କ୍ଷୀରି ପରସା ଯାଏ ସେମିତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ରଥରେ ବିଭିନ୍ନ ସାମଗ୍ରୀରେ ତିଆରି ସୁସ୍ୱାଦୁ ପଣା ଲାଗି କରାଯାଏ ପ୍ରଭୁ ଏହି ସେବା ପାଇଲା ପରେ ପଣା ମାଠିଆକୁ ଭାଙ୍ଗି ରଥ ଜଗିଥିବା ରକ୍ଷକ ଅନେକ ଦେବତା ଓ ଦେବତୀଙ୍କୁ ଲାଗି କରାଯାଏ, ସେମାନେ ପ୍ରଭୁଙ୍କ ଅଧର ଛୁଇଁଥିବା ପଣାକୁ ପାନ କରି ଖୁସିରେ ସ୍ୱସ୍ଥାନକୁ ବାହୁଡ଼ି ଯାଆନ୍ତି ଏବଂ ଆସନ୍ତା କାଲି ପ୍ରଭୁ ମାନେ ନୀଳାଦ୍ରି ବିଜେ କରିବେ , ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ #ସରିଲା_ଅଧରପଣା_ନୀତି
ଜୟ ଜଗନ୍ନାଥ । ଜୟ ଜୟ ଜଗନ୍ନାଥ । ସରିଲା ଅଧରପଣା ନୀତି ।ପଣା ପାଇ ତୃପ୍ତ ହେଲେ ଚଣ୍ଡୀ ଚାମୁଣ୍ଡା ଡାକିନୀ ସାକିନୀ ପ୍ରେତ ପିଶାଚ ଅଶରୀର ଶାନ୍ତି ତୁପ୍ତ କରିବା ନିମନ୍ତେ ଦିଆ ଯାଇ ଥାଏ




