Breaking News

 ହୋଟେଲ ମାଲିକ ହରିହର ନାଥ ଙ୍କ ମହାନତା

ଛତିଆ ତା -୦୮/୦୭ ରିଖ ମଙ୍ଗଳବାର ଦିନ ହୋଟେଲ ମାଲିକ ହରିହର ନାଥ ଙ୍କ ମଣିଷ ପଣିଆ ପାଇଁ ଅଜୟ କୁମାର ଦାସ ଫେରିପାଇଲେ ତାଙ୍କ ଟଙ୍କା। ସୂଚନା ମୁତାବକ ପ୍ରଦୀପ କୁମାର ନାଥ (ବବ୍ଲୂ) ଅନ୍ଦବାଜର, ମାହାଙ୍ଗା , କଟକ। ତାଙ୍କ ସାଙ୍ଗ ମାନଙ୍କ ସହିତ ପୁରୀ ରୁ ଫେରିବା ସମୟରେ ବିଳମ୍ବିତ ରାତ୍ରୀରେ ଛତିଆ ନିକଟରେ ବସରୁ ଉଲାହି ଥିବା ସମୟରେ ସେମାନଙ୍କ ବ୍ୟଗ ସହ ଅନ୍ୟ ଏକ ବ୍ୟାଗ ଚାଲି ଆସିଥିଲା।
ସେମାନେ ଯେତେବେଳେ ଜାଣିବାକୁ ପାଇଲେ ଗୋଟେ ବ୍ୟାଗ ଅଧିକ ସେମାନଙ୍କ ପାଖକୁ ଆସିଛି। ସେତେବେଳକୁ ବସ ଟି ଚାଲିଯାଇଥିଲା। ସେମାନେ ସଂଗେସଂଗେ ହୋଟେଲ ମାଲିକ ହରିହର ନାଥ ଙ୍କୁ ବ୍ୟାଗ ହସ୍ତାନ୍ତର କରି ଥିଲେ। ହରିହର ବାବୁ ବ୍ୟାଗ ଖୋଲି ଦେଖିଲା ବେଳକୁ ସେଥିରେ ୧ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ସହ ଗୁରୁତ୍ପୂର୍ଣ କାଗଜ ବାହାରିଲା। ହରି ବାବୁ ସେମାନଙ୍କ ସହ ଯୋଗାଯୋଗ କରି ଥିଲେ। ୮ତାରିଖ ଦିନ ଅଜୟ କୁମାର ଦାସ ତାଙ୍କ ବ୍ୟାଗ୍ ପାଇଁ ଛତିଆ ରେ ପହଞ୍ଚି ସେ ବ୍ୟାଗ ଟି ତାଙ୍କର ବୋଲି ପ୍ରମାଣ କରିଥିଲେ। ଏହା ପରେ ଶାରଳା ହୋଟେଲ ମାଲିକ ହରିହର ନାଥ ଓ ଵବ୍ଲୁ ସାମ୍ୱାଦିକ ଓ ପବ୍ଲିକ ଙ୍କ ଉପସ୍ଥିତ ରେ ବ୍ୟାଗ ଅଜୟ ବାବୁଙ୍କୁ ହସ୍ତାନ୍ତର କରି ଛତିଆ ଅଞ୍ଚଳ ର ଗାରିମା ବଡ଼ାଇଥିଲେ

Related Articles

Back to top button