ମହାନଦୀ ଫୁଲୁଛି, ଚାଷ ଜମି ଜଳମଗ୍ନ ମାରଡ଼ା ଗାଁ ପାଣି ଘେରରେ, ଯୋଗାଯୋଗ ବିଛିନ୍ନ


ହରଭଙ୍ଗା(ଚିତ୍ତରଞ୍ଜନ ସିଂ) ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ରେ ବର୍ତମାନ ବନ୍ୟାଜଳ ପ୍ରବାହିତ ହେଉଅଛି। ବର୍ତମାନ ହୀରାକୁଦ ଜଳ ଭଣ୍ଡାର ରୁ 20 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବାରୁ ହରଭଙ୍ଗା ଅଞ୍ଚଳ ଦେଇ ଯାଇଥିବା ମହାନଦୀ ଫୁଲିବାରେ ଲାଗିଛି। ବନ୍ୟା ଯୋଗୁଁ ହରଭଙ୍ଗା ଅଞ୍ଚଳ ର ଚାଷଜମି ଜଳମଗ୍ନ ହେବା ସହ କୁସଙ୍ଗ ପଞ୍ଚାୟତ ର ମାରଡ଼ା ଗାଁ ଟି ବର୍ତମାନ ପାଣିଘେରରେ ଅଛି।ପୂର୍ତ୍ତବିଭାଗ ର ଫୁଲବାଣୀ-ଟିକରପଡ଼ା ରାସ୍ତା ଦେଇ ଯାଇଥିବା ଉଦଣ୍ଡି ନାଳ ରେ ବନ୍ୟାଜଳ ଯାଇ 8 ଫୁଟ ଉଚ୍ଚ ରେ ଜଳ ପ୍ରବାହିତ ହେଉଥିବାରୁ ମାରଡ଼ା ଗାଁ କୁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇ ପଡ଼ିଛି। ବର୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗେଇ ଦିଆ ଯାଉଛି।ମାରଡ଼ା ଗାଁ ଟି ପ୍ରତ୍ୟେକ ବର୍ଷ ବନ୍ୟାଜଳ ରେ ପ୍ରଭାବିତ ହୋଇଥାଏ। ଉକ୍ତ ଗାଁ କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ଗ୍ରାମବାସୀ ରାଜି ହେଉ ନ ଥିବା କଥା ଗ୍ରାମବାସୀ କହିଛନ୍ତି। ବନ୍ୟା ଅଞ୍ଚଳ ପ୍ରତି ତୀକ୍ଷ୍ଣଦୃଷ୍ଟି ଦେବା ପାଇଁ ବ୍ଲକ ର ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦିଆ ଯାଇଛି। ଏହା ସହିତ ହରଭଙ୍ଗା ଦେଇ ଯାଇଥିବା ମହାନଦୀ କୁଳ ରେ ଅବସ୍ଥିତ ହରଭଙ୍ଗା, ଅତଲସରା, ମାରଡ଼ା, ଖଣ୍ଡିଧଳପୁର, କୁମାରୀ, ସଦଳଗଣ୍ଡା, ପାଣିଘରା ଆଦି 31 ଗୋଟି ଗାଁ ବର୍ତମାନ ଭୟଭୀତ ଅବସ୍ଥା ରେ ଅଛନ୍ତି। ମହାନଦୀ ର ସତକୋଶିଆ ଗଣ୍ଡ ଟି ଅଣଓସାରିଆ ହୋଇଥିବାରୁ ବନ୍ୟାଜଳ ଅତିକ୍ରମ କରିବାରେ ବିଳମ୍ବ ହେଉଅଛି। ଯାହାଦ୍ୱାରା ବନ୍ୟାଜଳ ପଛକୁ ଫେରି ନଦୀ କୂଳରେ ଥିବା ଚାଷଜମି ସବୁକୁ ପ୍ରଭାବିତ କରୁଛି। ମହାନଦୀ ଜଳସ୍ତର ବିପଦ ସଂକେତ 87.80 ମିଟର ଥିବା ବେଳେ ବର୍ତମାନ ତାହା 85.60 ମିଟର ଜଳ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯାଇ ବିହିତ ପଦକ୍ଷେପ ନିଆଯିବା ସହିତ ବ୍ଲକ ର ସମସ୍ତ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ନିର୍ଦ୍ଧେଶ ଦିଆଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ନଦୀକୁଳିଆ ଅଞ୍ଚଳ ପାଇଁ ଡାକଵାଜି ଯନ୍ତ୍ର ସାହାଯ୍ୟ ରେ ସତର୍କ କରାଯାଇଛି ବୋଲି ଜଳସମ୍ପଦ ବିଭାଗ ର ନିର୍ବାହୀ ଯନ୍ତ୍ରୀ ନରେଶ ବାରିକ ପ୍ରକାଶ କରିଛନ୍ତି।




