Breaking News

ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତୁକୁଲୁଣ୍ଡା ବନ ମହୋତ୍ସବ ଉପଲକ୍ଷେ ସାମୁହିକ ବୃକ୍ଷରୋପଣ

ହରଭଙ୍ଗା 8/6(ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବାମଦେବ ଦାଶଙ୍କ ସଂଯୋଜନାରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୁଣାକଟକ ରେଞ୍ଜ ତଥା ACF ଜୟନ୍ତ କୁମାର ଦାଶ ଓ ସଂମ୍ମାନୀତ ଅତିଥି ଭାବେ ହରଭଙ୍ଗା ବ୍ଲକ ଦୁଇ ଅତିରିକ୍ତ ଶିକ୍ଷାଅଧିକାରୀ ବିସିକେଶନ ନାୟକ ଓ କାର୍ତ୍ତିକେଶ୍ୱର ନାୟକ ,କରଞ୍ଜକଟା ସମିତିସଭ୍ୟା ସସ୍ମିତା ପାତ୍ର ,ଚାରିଛକ ବନପାଳ ସତୀଶ କାମ୍ପ,ବନରଖି ସଞ୍ଜନା ମାଝୀ ଓ ପ୍ରଭାକର ସେଠି ,SMC କମିଟି ର ଚେୟାରମ୍ୟାନ ଜନ୍ମେଜୟ କର୍ମୀ ଓ ସଭ୍ୟସଭ୍ୟା ,ମୋସ୍କୁଲ କମିଟି ମେମ୍ବର ଓ ଇକୋ କ୍ଲବର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ହତାରେ ପିଜୁଳି, ଅଁଳା, ବେଲ, ଆତ, କଦଳୀ, ଜାମୁ ଆଦି ବୃକ୍ଷ ରୋପଣ କରିଥିଲେ । ଆଗାମୀ ଦିନରେ ଅତିଥିବୃନ୍ଦ ବିଦ୍ୟାଳୟ ହତାରେ ଅଧିକ ସଂଖ୍ୟାରେ ଵୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ ।

Related Articles

Back to top button