ଘଣ୍ଟାପଡ଼ା ଥାନାରେ ନୂଆ ସଂଶୋଧିତ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ


କଣ୍ଟାମାଳ, ୮/୭/୨୫: ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ପରିସରରେ ଭାରତୀୟ ନ୍ୟାୟ ସଂହିତା ଆଇନ୍-୨୦୨୩ର ସଂଶୋଧନ ଉପରେ ତୃତୀୟ ପର୍ଯ୍ୟାୟ ସଚେତନା ଶିବିର ନୂତନ ଥାନାଧିକାରୀ ଇନିସ୍ପେକ୍ଟର ବାଲ୍ମିକୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ପ୍ରଚଳିତ ୩ଟି ଆଇନକୁ ସଂଶୋଧନ କରାଯାଇ ନ୍ୟାୟିକ ବିଚାରକୁ ନୂତନ ଭାବେ ଜୁଲାଇ ୧ ତାରିଖରେ ସାରା ଭାରତରେ ବିଧିବଦ୍ଧ ଭାବେ ଲାଗୁ ହେବା ଉପରେ ଜନସାଧାରଣଙ୍କୁ ବୁଝାଇଥିଲେ। ଉକ୍ତ ସଚେତନତା ସଭାରେ ଆଦିବାସୀ ନେତା ସାମନ୍ତ ମାଝୀ, ଚାଷିନେତା ପୁରନ୍ଦର ମହାକୁଡ଼, ଅଶୋକ ସାହୁ, ଶିକ୍ଷାବିତ ଶ୍ରୀପତି ମଲିକ, ସମାଜସେବୀ ମହେଶ୍ୱର ରଣା, ସନ୍ତୋଷ ଦିଶ୍ରି ,ଘଣ୍ଟାପଡ଼ାନାରୀ ଶକ୍ତି ସଭାନେତ୍ରୀ ବିଜୟନୀ ମିଶ୍ର, ମହିଳା ଗୋଷ୍ଠୀ, ଘଣ୍ଟାପଡ଼ା ଗ୍ରାମର ଅନେକ ବୁଦ୍ଧିଜୀବିମାନେ, ସାମ୍ବାଦିକ ପ୍ରଭାତ କୁମାର ସାହୁ, ପୋଲିସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏସ୍.ଆଇ.ମାଧବ ଚନ୍ଦ୍ର ଟାକ୍ରି ସଭା ପରିଚାଳନା କରିଥିବା ସ୍ଥଳେ ଏସ୍ଆଇ ବିଶ୍ଵାମିତ୍ର ଲୋଇ ଧନ୍ୟବାଦ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ୍




