ରାହୁଲ ଗାନ୍ଧୀଙ୍କ ଆଗାମୀ ଜୁଲାଇ ତା 11 ରିଖ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ଏକ ପ୍ରସ୍ତୁତି ବୋୖଠକ

ଆଜି ତା 06/07/2025 ରିଖ ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଆସିସି ସଭାପତି ଶ୍ରୀଯୁକ୍ତ ମଲ୍ଲୀକାର୍ଜୁନ ଖର୍ଡଗେ, କଂଗ୍ରେସ ଦଳର ସର୍ବମାନ୍ୟ ନେତା ତଥା ଲୋକସଭା ବିରୋଧି ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଆଗାମୀ ଜୁଲାଇ ତା 11 ରିଖ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ଏକ ପ୍ରସ୍ତୁତି ବୋୖଠକ ବୌଦ୍ଧ ବ୍ଲକ ଅନ୍ତର୍ଗତ ଖୁଣ୍ଟବନ୍ଦ ପଞ୍ଚାୟତର ବାଲିଦୋହିଲି ଗ୍ରାମର ସ୍ୱପ୍ନା ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୋୖଠକରେ ଉପସ୍ଥିତ କର୍ମକର୍ତ୍ତା ରାହୁଲ ଗାନ୍ଧୀ ଓ ମଲ୍ଲୀକାର୍ଜୁନ ଖର୍ଡଗେଙ୍କ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ସମ୍ପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ। ଜିଲ୍ଲା ସଂଯୋଜକ ନବ କୁମାର ମିଶ୍ର, ଜିଲ୍ଲା ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର, ପ୍ରଶାନ୍ତ ସାହୁ, ଛାତ୍ର କଂଗ୍ରେସ ସଂଯୋଜକ ପ୍ରତ୍ୟୁଷ ମହାନନ୍ଦ, ମହିଳା କଂଗ୍ରେସ ସଂଯୋଜିକା ସନ୍ଧରାଣୀ ସିଂହ, ପ୍ରଦୀପ କୁମାର ମହାନନ୍ଦ, ସମରେଶ ମିଶ୍ର, ଉଦୟନାଥ ଶର୍ମା, ସମରେନ୍ଦ୍ର ମହାକୁଡ଼,ଭିଭୂ ପ୍ରସାଦ ବେହେରା, ରିଙ୍କୁ ପ୍ରଧାନ, ଯୁବ ଓକିଲ ଦେବେନ୍ଦ୍ର ନାଏକ, ପ୍ରଦ୍ୟୁମ୍ନ ଧଳ, ହରଭଙ୍ଗା ବ୍ଲକ ସଭାପତି ପଙ୍କଜ କର୍ଣ୍ଣ, କଣ୍ଟାମାଳ ବ୍ଲକ ସଭାପତି ଶୁଶାନ୍ତ ମଲ୍ଲିକ, ନବୀନ କୁମାର ଭଏନା, ଓକିଲ ତାରିଣୀ ଜେନା,ଅର୍ଜୁନ ମହାନନ୍ଦିଆ,ରୋହିତାଶ୍ଵ ବେହେରା, ବେଣୁଧର ମେହେର,ପ୍ରତାପ ପଣ୍ଡା,ପ୍ରଦୀପ ଦାସ,ବୁଦ୍ଧଦେବ ପ୍ରଧାନ, ପୌଲସ୍ତି ପ୍ରଧାନ, ସୁଧାଂଶୁ କହଁର, ଚତୃଭୁଜ ଖମାରୀ,ଶୁଶାନ୍ତ ବେହେରା, ଝରିଆ ସାହୁ, ଆଶିଷ ଜେନା, ଅଶେଷ ଦେହୁରୀ, ଜିତେନ୍ଦ୍ର ଦେହୁରୀ, ନରେଶ କୁମ୍ଭୀର, ଗଣ୍ଡାଧାର ସ୍ୱାଇଁ ପ୍ରମୁଖ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।




