Breaking News
ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୬ତମ ବନ ମହୋତ୍ସବ


ମୋହନା :0୭/0୭/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଯୁବ ରେଡ଼କ୍ରସ ର ସ୍ବେଛାସେବୀ ମାନଙ୍କ ମିଳିତ ଉଦ୍ୟମ ରେ ପାଳନ କରାଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ରାମାନୁଜ ଆଚାର୍ଜ୍ୟଙ୍କର ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା l ସ୍ବେଛାସେବୀ ମାନଙ୍କ ଦ୍ୱାରା ଆମ୍ବ,, ପଣସ, ଅର୍ଜୁନ, ଗମ୍ଭାରୀ, କାଜୁ, ଜାମୁକୋଳି, ପିଜୁଳି, ଶିଶୁ, କଦମ୍ବ ଆଦି ବୃକ୍ଷ ରୋପଣ କରାଯାଇଥିଲା l କାର୍ଯ୍ୟକ୍ରମ କୁ ଯୁବ ରେଡ କ୍ରସ ପରାମର୍ଶ ଦାତା ଡ଼.ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ l




