Breaking News
କଣ୍ଟାମାଳ ବନାଞ୍ଚଳ ଦ୍ୱାରା ୭୬ତମ ବନମହୋତ୍ସବ ପାଳନ ସହ ସମୁହ ବୃକ୍ଷରୋପଣ କାର୍ଯ୍ୟକ୍ରମ


କଣ୍ଟାମାଳ: – ୭/୭/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଣ୍ଟାମାଳ ବନାଞ୍ଚଳ ଅଧିନ ବରଡ଼ି ପଦରରେ ୭୬ତମ ବନମହୋତ୍ସବ ପାଳନ ଅବସରରେ ସମୁହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ମଦରନ୍ଧା, ତିଲକାମାଲ, ଲୁଇଶିଂ, ରେଘାମୁଣ୍ଡା, ସମାକୁପା ଆଦି ୨୬ଗୋଟି ବନ ସୁରକ୍ଷା ସମିତି ରେ ମଧ୍ୟ ସମୂହ ଚାରା ରୋପଣ ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ସହ ବନପାଳ ଚନ୍ଦ୍ରଶେଖର ଦାସ, ବନରକ୍ଷୀ ଓ ବନବିଭାଗ କର୍ମ କର୍ତ୍ତା, ପ୍ରକଳ୍ପ କର୍ମ କର୍ତ୍ତା, ଗ୍ରାମବାସୀ, ସ୍ଵୟଂ ସହାୟକ ଗୋଷ୍ଟି ସଭ୍ୟ ମାନେ ଅଂଶଗ୍ରଣ କରି ସାମୁହିକ ଵୄକ୍ଷ ରୋପଣ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,




