ଲାପଟପ ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ମେଧାବୀ ଛାତ୍ର, ବୌଦ୍ଧ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କଲେ ପାଣ-ଗଣ୍ଡା ବିକାଶ ପରିଷଦ’


କଣ୍ଟାମାଳ: -୬/୭/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ର ମେଧାବୀ ବିଜ୍ଞାନ ଛାତ୍ର ଅଜିତ ମହାନନ୍ଦ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ରୁ ବଞ୍ଚିତ । ଶ୍ରୀମହାନନ୍ଦ ଚଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ମୋଟ ୪୪୯ ନମ୍ବର ମାର୍କ ରଖି କଣ୍ଟାମାଳ ମାଧ୍ୟମିକ ବିଦ୍ୟାଳୟର ଟପର ହୋଇଛନ୍ତି। କିନ୍ତୁ ଦୁଃଖର କଥା ତାଠୁ କମ ମାର୍କ ରଖିଥିବା ଛାତ୍ରଛାତ୍ରୀ କିପରି ଲାପଟପ୍ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇଲେ ତାହା ଏବେ ପ୍ରଶ୍ନବାଚୀ? ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବାକୁ ଗତ ଦୁଇ ଦିନ ତଳେ କଣ୍ଟାମାଳ କଳେଜ ର ଅଧ୍ୟକ୍ଷ ଏବଂ ବିଭିନ୍ନ କର୍ମଚାରୀଙ୍କ ସହିତ ବାରମ୍ବାର ଯୋଗାଯୋଗ କରିବା ପରେ ନିରୁତ୍ସାହିତ ହୋଇ ଶେଷରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ଲମ୍ବସରୀ ପଞ୍ଚାୟତ କମିଟି ସଂପାଦକ ତଥା ଯୁବ ସମାଜସେବୀ ମୋନିତ୍ ଭୋଇନା (ମାର୍ଡୋଲ) କୁ ଗୁହାରି କରିଥିଲେ । ଶ୍ରୀ ଭୋଇନା ସଂଗଠନର ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ନିଖିଳ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ (AOSCO) ର କାର୍ଯ୍ୟକାରୀ ସଭାପତି ତଥା ଭାରପ୍ରାପ୍ତ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମେଧାବୀ ଛାତ୍ର ଶ୍ରୀ ମହାନନ୍ଦ ସହିତ ଓଡ଼ିଶାର ଅସ୍ପୃଶ୍ୟ ସମାଜ ର ସମସ୍ତ ମେଧାବୀ ଛାଟ୍ର ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବାକୁ ପ୍ରଥମେ କଣ୍ଟାମାଳ କଲେନ୍ ଅଧ୍ୟକ୍ଷ ବସନ୍ତ ପଟ୍ଟନାୟକ , ଦ୍ଵିତୀୟରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ନିରଞ୍ଜନ ବାଘ ଏବଂ ତୃତୀୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟ ରଞ୍ଜନ ରାୟ ଙ୍କ ସହିତ ମୋବାଇଲ ଦ୍ୱାରା ଶ୍ରୀ ଡାଙ୍ଗ ଯୋଗାଯୋଗ କରିବା ପରେ ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲେ । ତାପରେ ଶ୍ରୀ ଡାଙ୍ଗ ଙ୍କ ନେତୃତ୍ବରେ ମେଧାବୀ ଛାତ୍ର ଙ୍କୁ ନେଇ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କୁ ସାକ୍ଷାତ କରି ଆଲୋଚନା କରି ଅସଫଳ ହେବା ପରେ ନିଖିଳ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ ର ବରିଷ୍ଠ ପରାମର୍ଶଦାତା ମିହିର ରଂଜନ ସେଠୀ ଙ୍କ ସହିତ ମୋବାଇଲ ଦ୍ୱାରା ନିରାକରଣ ସକାଶେ ଦୃଷ୍ଟି ନିକ୍ଷେପ କରିଥିଲେ । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ରଜତ ମାନସିଂହ ଏଵଂ ଯୁଗ୍ମ ସଚିବ ମୌସୁମୀ ନାୟକ ଙ୍କ ସହିତ ଯୋଗାଯୋଗ କରିବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ଡୁଇ ଜଣ ବରିଷ୍ଠ ଅଧିକାରୀ ଙ୍କ ସହିତ ମୋବାଇଲ ଯୋଗେ ଆଲୋଚନା କରି ସମାଧାନର ରାସ୍ତା ଅତିକ୍ରମ କରିଥିଲେ । ଶେଷରେ ଶନିବାର ଦିନ ଅପରାହ୍ନରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ମେଧାବୀ ଛାତ୍ରଶ୍ରୀ ମହାନନ୍ଦ ଙ୍କୁ ନେଇ ଏକ ଲିଖିତ ଅଭିଯୋଗ ପତ୍ର ବୌଦ୍ଧ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଙ୍କୁ ପ୍ରଦାନ କରିବା ସହିତ ଦୀର୍ଘ ସମୟ ଆଲୋଚନା କରିବା ପରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଯୋଗ୍ୟତା ହାସଲ ର ଆଶୁ ସମାଧାନ କରାଇଥିଲେ । ଏହି ପ୍ରତିନିଧି ମଣ୍ଡଳୀ ରେ କଣ୍ଟାମାଳ ବ୍ଲକ ର ସମାଜସେବୀ ଅଗସ୍ତି ମହାନନ୍ଦ , ପ୍ରଦୀପ ତାଣ୍ଡିଆ , ସଞ୍ଜୀବ ଭୋଇନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଅସ୍ପୃଶ୍ୟ ସମାଜ ର ସମସ୍ତ ବଞ୍ଚିତ ମେଧାବୀ ଛାତ୍ରଛାତ୍ରୀ ନିଜ ନିଜର ଅଧ୍ୟକ୍ଷ ଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ୱେବ ସାଇଟ ଆଇଡି ମାଧ୍ୟମରେ ଲିଖିତ ଅଭିଯୋଗ ପତ୍ର ଦାଖଲ କରିବାକୁ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ଏଵଂ ନିଖିଳ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




