Breaking News

ପୁରୁଣାକଟକ ରେ ତିନି ଠାକୁର ଙ୍କ ସୁନାବେଶ, ଦର୍ଶନ କଲେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ

ହରଭଙ୍ଗା 6/6/(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଶ୍ରୀକ୍ଷେତ୍ର ଧାମ ରେ ଦେଖିବାକୁ ମିଳିଛି ଶ୍ରୀ ଜୀଉ ଙ୍କ ସୁନାବେଶ। ଉକ୍ତ ସୁନାବେଶ ଟି ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ ହୋଇଥିବା ବେଳେ, ଏହି ଦୁର୍ଲଭ ବେଶ କୁ ଦର୍ଶନ କରି ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ମହାପ୍ରଭୁଙ୍କ ଏହି ବେଶ କୁ ରାଜବେଶ ବା ବଡ଼ଚଢ଼ାଉ ବେଶ ମଧ୍ୟ କୁହାଯାଇଥାଏ। ଏହା କାଳିଆ ସାଆନ୍ତ ଙ୍କ ଏକ ବିଶେଷ ବେଶ ଅଟେ। ଏଥିରେ ଦିଅଁ ମାନଙ୍କୁ ରଥ ଉପରେ ଆଭୂଷଣ ରେ ସଜା ହୋଇଥାଏ। ପ୍ରତି ବର୍ଷ ମହାପ୍ରଭୁଙ୍କ ପାଞ୍ଚ ଥର ସୁନାବେଶ ହୋଇ ଥାଏ। ଚାରି ଥର ମନ୍ଦିର ଭିତରେ ରତ୍ନସିଂହାସନ ରେ ସୁନାବେଶ ରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଆଉ ଗୋଟେ ଥର ମନ୍ଦିର ବାହାରେ ରଥ ଉପରେ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ପୌଷପୁର୍ଣିମା, ଫାଲ୍ଗୁନପୁର୍ଣିମା, କାର୍ତ୍ତିକପୁର୍ଣିମା, ବିଜୟାଦଶମୀ ଓ ବାହୁଡା଼ ଏକାଦଶୀ ରେ ଶ୍ରୀ ଜୀଉ ଙ୍କ ସୁନାବେଶ ହୋଇଥାଏ।ଆଷାଢ଼ ମାସ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାର ସମ୍ମୁଖରେ ରେ ଶ୍ରୀ ଜୀଉ ସୁନାବେଶ ରେ ସଜେଇ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି।ତେବେ ହରଭଙ୍ଗା ବ୍ଲକ ର ପୁରୁଣାକଟକ ସ୍ଥିତ ଶ୍ରୀକ୍ଷେତ୍ର ଧାମ ଠାରେ ମଧ୍ୟ ଏହି ସୁନାବେଶ ଦେଖିବାକୁ ମିଳିଥିଲା। ଯାହାକି ବ୍ଲକ ର ଏକମାତ୍ର ଶ୍ରୀକ୍ଷେତ୍ର ଧାମ ଯେଉଁଠି ଏହି ସୁନାବେଶ ହୋଇଥାଏ। ମହାଆଡ଼ମ୍ବର ଭାବେ ଭକ୍ତ, ସେବାୟତ, ଗ୍ରାମବାସୀ, ମନ୍ଦିର ପରିଚାଳନା କମିଟି, ଙ୍କ ମିଳିତ ଉଦ୍ୟମ ରେ ଏହି ସୁନାବେଶ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳ ର ଶହଶହ ଜଗନ୍ନାଥ ପ୍ରେମୀ ରଥାରୁଢ଼ ତିନି ଠାକୁର ଙ୍କ ସୁନାବେଶ ଙ୍କୁ ଦର୍ଶନ କରିଥିଲେ।

Related Articles

Back to top button