ମା’ଶାରଳାଙ୍କ ପୀଠରେ ଉଦଯାପିତ ହେଲା ପାଲା ମହୋତ୍ସବ ୨୦୨୫


ତିର୍ତ୍ତୋଲ::-ପାଲା ଏକ ଆଧ୍ୟାତ୍ମିକ ଧର୍ମୀ ଲୋକ କଳା, ଯାହାର ଚାହିଦା ବର୍ତ୍ତମାନ ସମୟରେ ବି ସବୁଠୁଁ ଉର୍ଦ୍ଦରେ ରହିଛି ! ଯଦିଓ ଯୁବପିଢ଼ି ଏଥିପ୍ରତି ଉତ୍ସାହିତ ନୁହନ୍ତି ତଥାପି ପାଲା ର ଆଦର ଯଥେଷ୍ଟ ଭାବେ ପ୍ରତିପାଦିତ ହୋଇ ପାରିଛି !ଓଡ଼ିଶାର ଭାଷା ସଂସ୍କୃତି ଓ ପରମ୍ପରାଗତ ସାହିତ୍ୟର ଉପସ୍ଥାପନା ଏହି ପାଲା ରେ ଦେଖିବାକୁ ମିଳିଥାଏ ! ଯାହାର ଉଦାହରଣ ଦେଖିବାକୁ ମିଳିଛି,କଳାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ବାସିନୀ ମା’ଶାରଳାଙ୍କ ପୀଠ ରେ ପବିତ୍ର ବାହୁଡା଼ ଯାତ୍ରା ଉପଲକ୍ଷେ ଆୟୋଜିତ ହୋଇଥିବା ତ୍ରୀଦିବସୀୟ ପାଲା ମହୋତ୍ସବ-୨୦୨୫ ! ମା’ଶାରଳା ଶ୍ରୀ ଜଗନ୍ନାଥ ପାଲା ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ “ଗାୟକ କୁମୁଦ” କବି ପ୍ରସାଦ ତରାଇ ଙ୍କ ସମେତ ବାୟକ ଅଜୟ କୁମାର ନାୟକ, ଶ୍ରୀ ପାଳିଆ କାଶୀନାଥ ବେହେରା, ଓ ସଙ୍ଗୀତ ସରୋଜ କୁମାର ସେନାପତି, ଉମାକାନ୍ତ ସ୍ୱାଇଁ ପ୍ରମୁଖ ନବରସ ଯୁକ୍ଟ ପାଲା ପରିବେଷଣ କରି ଉପସ୍ଥିତ ବିଦଗ୍ଧ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ୍ କରିଦେଇ ଥିଲେ !ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଭାପତି ବ୍ରଜକିଶୋର ମଲ୍ଲିକ, ସମ୍ପାଦକ ଅମରଜ୍ୟୋତି ସାହୁ, କୋଷାଧ୍ୟକ୍ଷ ସୁଦାମ ଚରଣ ଗୋଚ୍ଛାୟତ ଓ ଉପଦେଷ୍ଟା ବିଶ୍ୱରଂଜନ ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉଦଯାପନୀ ସମ୍ବର୍ଦ୍ଧନା ଉତ୍ସବ ରେ ଗାୟକ ଶ୍ରୀ ତରାଇ ଙ୍କ ସମେତ ସମସ୍ତ ସାଥୀବୃନ୍ଦ ଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ, ମା’ଶାରଳା ଙ୍କ ସମସ୍ତ ସେବାୟତ, କନକପୁର ବଜାର ବଣିକ ସଂଘ ର ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !ଏହି ପାଲା ଦେଖିବାକୁ ବହୁ ଶ୍ରଦ୍ଧାଳୁ ପାଲା ପ୍ରେମୀ ଉପସ୍ଥିତ ହୋଇ ଥିବାର ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




