Breaking News

ଚଳନ୍ତା ରେଳ ଧାରଣା ଉପରେ ରିଲ କରିବା ମହଙ୍ଗା ପଡ଼ିଲା

( ରେଲୱେ ପୁଲିସ୍ ଦ୍ୱାରା ତିନି ନାବାଳକ
ଅଟକ)

ବୌଦ୍ଧ (ନିପ୍ର):ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ଟାଲୁପାଲି ରେଳ ଧାରଣାରେ ଗତ ରବିବାର ଦିନ ପାଞ୍ଚ ଘଣ୍ଟା ସମୟରେ ରେଳ ଧାରଣାରେ ରିଲ୍ କରିଥିବା ନାବାଳକମାନେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଟାଳୁପାଲି ଗ୍ରାମର ବୋଲି ଜଣାପଡ଼ିଛି । ଟ୍ରେନ୍ ଆସୁଥିବା ସମୟରେ ରେଳ ଧାରଣାରେ ଶୋଇ ରିଲ୍ସ କରି ଭିଡିଓ ଭାଇରାଲ୍ ହେବା ପରେ ସମସ୍ତ ନାବାଳକଙ୍କୁ ବଲାଙ୍ଗୀର ରେଲୱେ ପୋଲିସ ବାଉଁଶୁଣି ପୋଲିସ ସହାୟତାରେ ବାଉଁଶୁଣି ଥାନାକୁ ଆଣି ପଚରାଉଚରା କରିଥିବା ବେଳେ ଦୁଇ ଜଣଙ୍କୁ ବଲାଙ୍ଗୀର ରେଲୱେ ପୋଲିସ ନିଜ ହେପାଜତକୁ ନେଇଥିବା ଜଣାପଡିଛି। ତେବେ ଖୋର୍ଦ୍ଧା – ବଲାଙ୍ଗୀର ଦୀର୍ଘ ଦିନ ପରେ ବୌଦ୍ଧ ଜିଲ୍ଲାକୁ ଗଡିଛି ରେଳ,ଏହାକୁ ନେଇ ଜିଲ୍ଲା ବାସୀ ଖୁସି ଥିବା ବେଳେ ବର୍ତ୍ତମାନ୍ ଭାଇରାଲ ହେଉଥିବା ଭିଡ଼ିଓ କୁ ଦେଖିବା ପରେ ଉଦ୍ବେଗ ପ୍ରକାଶ ପାଇଛି l ରବିବାର ଦିନ ତିନିଜଣ ନାବାଳକ ରେଳ ଧାରଣାରେ ରିଲ୍ସ କରିଥିବା ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି l ଜଣେ ଚଳନ୍ତା ରେଳ ଧାରଣାରେ ସୋଇପଡିଥିବା ବେଳେ ଜଣେ ଭିଡିଓ ଉତ୍ତୋଳନ କରୁଛି i ଆଉଜଣେ ଡାଇରେକ୍ଟର ସାଜି ରେଳ ଚାଲିଥିବା ବେଳେ ଆଉ ଅଳ୍ପ ସମୟ ମୁଣ୍ଡ ବାହାର୍ କରନାହିଁ ବୋଲି କହୁଛି । ପାଖାପାଖି ଗୋଟେ ମିନିଟ୍ର ଭିଡିଓ ଦେଖିଲା ପରେ ନିଜର ଛାତି ଥରି ଉଠୁଛି ।ଆଜି ଦୁଇଜଣ ନାବାଳକଙ୍କୁ ନିଜ ହେପାଜତକୁ ନେବା ସହିତ ରେଳ ଧାରଣା ପାଖାପାଖି ବସବାସ କରୁଥିବା ଗ୍ରାମ ଗୁଡିକରେ ରେଳ ଚଳା ଚଳ ଉପରେ ସଚେତନ କରିଥିଲା ବଲାଙ୍ଗୀର ରେଲୱେ ପ୍ରୋକ୍ଟେସନ ଫୋର୍ସ ।ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଏ ବାବଦରେ ସଚେତନ କରିବାକୁ ପ୍ରୟାସ କରୁଥିବା କହିଛନ୍ତ ରେଲୱେ ପ୍ରାକ୍ଟେସନ ଫୋର୍ସ ।

 

Related Articles

Back to top button