Breaking News

ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ପାଳିତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିରନରସିଂହପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 48ତମ ପ୍ରତିଷ୍ଠା ଦିବସ ସମାରୋହ ଅଧ୍ୟକ୍ଷ ଶ୍ରୀ ଓମ ପ୍ରକାଶ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚନ୍ଦନା ବେହେରା, ସମ୍ମାନିତ ଅତିଥି ରୂପେ କ୍ଲଷ୍ଟର ସଂଯୋଜକ ଅର୍ଜୁନ କଂହର, ଆଲୁମିନି କମିଟି ସଦସ୍ୟ ଅଲେଖ ବଗର୍ତି, ବିଭୁତି ଭୂଷଣ ମହାକୁଡ଼, ରାଜଲଷ୍ମୀ ପ୍ରଧାନ, ରାଜୀବ କଂହର ମଂଚାସୀନ ଥିଲେ lଉକ୍ତ ଉତ୍ସବ ଉପଲକ୍ଷେ ବନ ମହୋତ୍ସବ ପାଳନ କରାଯାଇ ସମୂହ ଚାରା ରୋପଣ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତା ଗୁଡିକ ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଉପସ୍ଥିତ ଆଲୁମିନି କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ରରେ ବିଦ୍ୟାଳୟ ବିକାଶ, ମିଶନ ଏ ୱାନ, 2027ମସିହାରେ ଏ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇ ଖୁବ ଶୀଘ୍ର ପୂର୍ବ ପ୍ରସ୍ତୁତି ବୈଠକ ଆୟୋଜନ କରିବାକୁ ନିଷ୍ପତି ନିଆ ଯାଇଥିଲା l ବରିଷ୍ଠ ଶିକ୍ଷକ ତଥା ଆଲୁମିନି ସଦସ୍ୟ ନବକିଶୋର ଦୀପ ମଞ୍ଚ ସଂଚାଳନ କରିଥିବା ବେଳେ ପ୍ରେମଲତା ମଲ୍ଲିକ ଧନ୍ୟବାଦ ଦେଇଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କୃଷ୍ଣଚନ୍ଦ୍ର ସାହୁ, ରମାକାନ୍ତ ନାଗ, ସଚିନ୍ଦ କଂହର, ପ୍ରେମଲତା ମଲ୍ଲିକ, ପଦ୍ମିନୀ ସାହୁ, ସ୍ଵାଗତିକା ମହାକୁଡ଼, ସୁକନ୍ୟା ସାହୁ, ବ୍ରଜ

Related Articles

Back to top button