Breaking News
ଛେଲାଗଡ ଉଚ୍ଚ ବିଦ୍ୟାଳୟରେ ୭୬ତମ ବନ ମହୋତ୍ସବ


l ମୋହନା :0୫/0୭/୨୫(ସୁବିତ କୁମାର ନାୟକ )ଗଜପତି ଜିଲ୍ଲା ଛେଲାଗଡ ଉଚ୍ଚ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟ କାର୍ଯ୍ୟକ୍ରମ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫ୍ରୀଡମ ର ସଭାପତି ଓ ରାମଗିରି ବନ ବିଭାଗର ଅଧିକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିକ୍ଷକ ଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିବା ସହ ବରିବେଶ ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ଫ୍ରୀଡମ ଅନୁଷ୍ଠାନ ତରଫରୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ କୁମ୍ଭ, ମୁଖ୍ୟ ଅତିଥି ତ୍ରୀନାଥ ବିଷୋଇରତ୍ନ,ଫ୍ରୀଡମ ଅନୁଷ୍ଠାନର ସଭାପତି ଓ ବନ ବିଭାଗ କର୍ମଚାରୀ ସହଦେବ ପାଲକା ଉପସ୍ଥିତ ଥିଲେ l




