ରାହୁଲଗାନ୍ଧୀ ଙ୍କ ଆହ୍ୱାନରେ ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଜଗତସିଂହପୁର ରେ ପ୍ରସ୍ତୁତି ବୈଠକ !!


ଜଗତସିଂହପୁର ::-ଆସନ୍ତା ୧୧ତାରିଖରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆ ଠାରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସକ୍ରିୟ ହୋଇଉଠିଛି ! ଜିଲ୍ଲାର ସଭାପତି ଶ୍ରୀ ନଟବର ବାରିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସର୍କିଟ ହାଉସ ପରିସରରେ ଏକ ସକ୍ରିୟ କର୍ମୀ ସମାବେଶ ହୋଇଯାଇଛି ! ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀଯୁକ୍ତ ଅଜୟ କୁମାର ଲଲୁ ଯୋଗ ଦେଇଥିବା ବେଳେ,ବାଲିକୁଦା ଏରସମା କଂଗ୍ରେସ ନେତା ଇଂ. ନଳିନୀ କୁମାର ଜେନା, ପାରାଦ୍ୱୀପ ର କଂଗ୍ରେସ ନେତା ନିରଞ୍ଜନ ନାୟକ, ଜଗତସିଂହପୁର ର କଂଗ୍ରେସ ନେତ୍ରୀ ଶ୍ରୀମତୀ ପ୍ରତିମା ମଲ୍ଲିକ,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଙ୍ଘ ର ଜିଲ୍ଲା ସଭାପତି ଇଂ. ବେଦଦ୍ୟୁତି ପୃଷ୍ଟି,କଂଗ୍ରେସ ବରିଷ୍ଠ ନେତା ରୋହିତ ସେଠୀ,ଅଭୟ ମହାନ୍ତି, ମାନସ କୁମାର ରଥ,ବିକ୍ରମ ପରିଡା, ବିରେନ ଦଳାଇ,ସର୍ବେଶ୍ୱର ପଣ୍ଡା,ମହନି ଚରଣ ରାଉତ,ସଫି ଆଜମ,କେଦାର ବିଶ୍ୱାଳ,ଆଶୀର୍ବାଦ ତ୍ରିପାଠୀ ପ୍ରମୁଖ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ !ସଭା ପ୍ରାରମ୍ଭରେ ବର୍ଷୀୟାନ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଦିବଂଗତ ମୁରଲୀ ରଥ ଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା !ରାଜ୍ୟ ସରକାର ଙ୍କ ପରିବାପଣିଆର ନଗ୍ନ ଚିତ୍ର କୁ ବର୍ଣ୍ଣନା କରି ଶ୍ରୀଯୁକ୍ତ ଲଲୁ ଜୀ କହିଥିଲେ ଯେ ଏହି ସରକାରଙ୍କର ଗୋଟିଏ ବର୍ଷ ନପୂରୁଣୁ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଗଣ ଦୁଷ୍କର୍ମ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଦରଦାମ ର ଅହେତୁକ ବୃଦ୍ଧି ଜନ ମାନସ କୁ ବହୁତ ଦୁଃଖ ଦେଇ ସାରିଲାଣି! ଏହା ବରଦାସ୍ତ କରାଯାଇ ନପାରେ !ସମ୍ବିଧାନ କୁ ଅସମ୍ମାନ କରି ଯେପରି ସ୍ଵେଛାଚାରୀ ଶାସନ ଚାଲିଛି ! ତାହାରି ବିରୁଦ୍ଧରେ ସ୍ୱର ଉଠେଇବାକୁ ଓଡିଶା ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ,ଆସନ୍ତା ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆ ଠାରେ ଏକ ବିଶାଳ ଜନ ସମାବେଶ ର ଆୟୋଜନ କରାଯାଇଛି !ଯେଉଁ ସମାବେଶରେ ଉଦବୋଧନ ଦେବେ ରାଷ୍ଟ୍ରୟ ନେତା ରାହୁଲ ଗାନ୍ଧିଜୀ, କଂଗ୍ରେସ ର ରାଷ୍ଟ୍ରୀୟ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ,ସାଧାରଣ ସମ୍ପାଦକ କେ. ସି. ଭେନୁଗୋପାଳଜୀ !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




