Breaking News

_ତେଲେଙ୍ଗାନା ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା, ଡିଏନଏ ଟେଷ୍ଟ ପରେ ଗାଁ ରେ ପହଞ୍ଚିଲା ମୃତଦେହ।

Reporter:Jeetendra kumar mohanty

 

 ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 34 କୁ ବୃଦ୍ଧି ପାଇଥିବା ବେଳେ ସେଥି ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ କୋଦଭଟ୍ଟା ଗ୍ରାମର 2 ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ କୃଷ୍ଣ ଗୌଡ଼ଙ୍କ 22 ବର୍ଷ ର ପୁଅ ରମେଶ ଗୌଡ଼ ଏବଂ ହରିଚନ୍ଦ୍ର ଭତ୍ରାଙ୍କ 23 ବର୍ଷ ର ପୁଅ ଚଇତୁ ଭତ୍ରା। ବିସ୍ଫୋରଣ ଘଟଣା ରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ନେଇ ଗତ ମଙ୍ଗଳବାର ସକାଳ ପ୍ରାୟ 9 ଟା ସମୟରେ ଝରିଗାଁ ବ୍ଲକରୁ ଯାଇଥିବା ଅନ୍ୟ ଯୁବକ ମାନେ ଏନେଇ ଖବର ଦେଇଥିଲେ । ଦୁଇ ମୃତକଙ୍କ ଶବ ନେବା ସକାଶେ ଉଭୟ ପରିବାରର ସଦସ୍ୟଙ୍କୁ ଡିଏନଏ ଟେଷ୍ଟ କରାଯିବା ନେଇ କୁହାଯାଇଥିଲା । ଏଥି ସକାଶେ ରମେଶଙ୍କ ବଡ଼ ଭାଇ ବଳି ଗୌଡ଼, ଏବଂ ଚଇତୁଙ୍କ ସମ୍ପର୍କୀୟ ଭାଇ କୁମ ଭତ୍ରା ବୁଧବାର ଦିନ ତେଲେଙ୍ଗାନା ବାହାରିଥିଲେ । ଡିଏନଏ ରିପୋର୍ଟ ଆସିବା ପରେ ଦୁଇ ମୃତକଙ୍କ ଶବ ଶୁକ୍ରବାର ସନ୍ଧ୍ୟା ସମୟ ରେ କୋଦଭାଟା ଗ୍ରାମ ରେ ପହଞ୍ଚିଥିଲା । ଏହି ଶଵ ପହଞ୍ଚାଇବା ପାଇଁ ତେଲେଙ୍ଗାନା ଆମ୍ବୁଲାନ୍ସ ଆସିଥିଲା ଏବଂ ଏଥିରେ ତେଲେଙ୍ଗାନା ପୋଲିସ କର୍ମଚାରୀ ଆସିଥିଲେ । ଫଟୋ ପ୍ରମାଣ ସହ ମୃତ ଦେହ ଗୁଡ଼ିକୁ ତାଙ୍କ ପରିବାର କୁ ହସ୍ତାନ୍ତର କରିଥିଲେ । ମୃତଦେହ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । କାନ୍ଦ ବୋବାଳି ରେ ଫାଟି ପଡୁଥିଲା ଗାଁ ଦାଣ୍ଡ। ତେଲେଙ୍ଗାନା ସରକାର ଙ୍କ ତରଫରୁ ମୃତକ ଙ୍କ ପରିବାରଙ୍କୁ ଏକ ଲକ୍ଷ ଲେଖାଏ ସହାୟତା ରାଶି ଦିଆ ଯାଇଛି ।ଝରିଗାଁ ବିଧାୟକ ମୃତକ ପରିବାର କୁ ସହାୟତା ପ୍ରଦାନ କରିଛନ୍ତି ଏବଂ ଉକ୍ତ କମ୍ପାନୀ ତରଫରୁ ପରବର୍ତ୍ତୀ ସମୟ ରେ ଏକ କୋଟି ଲେଖାଏଁ ସହାୟତା ଦିଆଯିବ ବୋଲି ସୂଚନା ମିଳିଛି । ଜିଲ୍ଲା ଶ୍ରମ ଅଧିକାରୀ ମାନସ ଖୋସଲା କୋଦଭାଟା ରେ ପହଞ୍ଚି ମୃତକ ଙ୍କ ପରିବାରଙ୍କୁ ଭେଟି ସମସ୍ତ ସୂଚନା ନେଇଛନ୍ତି । ଏହି ମୃତକ ଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ 10 ଲକ୍ଷ ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି । ଶୋକାକୁଳ ପରିବେଶ ରେ ଉଭୟ ମୃତ ଦେହ କୁ ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଛି ।

Related Articles

Back to top button