ସର୍ପ ନେଇଗଲା ୧୭ ବର୍ଷୀୟା ଶ୍ରୁତି ର ଜୀଵନ,

କୁଜଙ୍ଗ ::-ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ତଥା ଗ୍ରାମର ନୃସିଂହ ସାହୁ ଓ ଆରତୀ ସାହୁଙ୍କ ଏକମାତ୍ର କନ୍ୟା ଶ୍ରୁତି ସାହୁଙ୍କର ସର୍ପ ଆଘାତରେ ୧୭ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି !ଶ୍ରୁତି ସାହୁ କମଳାଦେବୀ ମହିଳା ମହାବିଦ୍ୟାଳୟ ରେ +୨ କଳା ବିଭାଗରେ ଅଧ୍ୟୟନ କରୁଥିଲା !କୌଣସି କାରଣରୁ ଘର ପଛ ଆଡେ ଯାଇଥିବା ସମୟରେ ଏକ ଗୋଖର ସର୍ପ ପଛପଟୁ ଗୋଡ଼କୁ ଆଘାତ କରିଥିଲା !ଘରକୁ ଦୌଡ଼ି ଆସି ବାପା ମା କୁ ଜଣେଇବାରୁ, ଘର ଲୋକେ ସୃତି କୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ତୁରନ୍ତ ନେଇଯାଇଥିଲେ !ମଣିଜଙ୍ଗା ରେ ଚିକିତ୍ସା ର କୌଣସି ସୁବିଧା ନଥିବାରୁ ସେଠାକାର ଡକ୍ଟର ଜଗତସିଂହପୁର ମେଡିକାଲ କୁ ସ୍ଥାନାନ୍ତର କରିଦେଇଥିଲେ !ମାତ୍ର ପହଂଚିବା ୨ଘଣ୍ଟା ମଧ୍ୟରେ ସୃତିର ଦେହାନ୍ତ ହୋଇ ଯାଇଥିଲା !ଜଗତସିଂହପୁର ଡକ୍ଟର ଶ୍ରୁତି କୁ ମୃତ ଘୋଷଣା କରିଥିଲେ !ତାର ମୃତ୍ୟୁ ଖବର ପାଇଵା ପରେ କଲେଜ ର ସାଙ୍ଗସାଥି ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ! ସୃତି ର ମୃତ୍ୟୁରେ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି !ବାପା ମାଆ ଙ୍କ ଏକମାତ୍ର ଝିଅ ହୋଇଥିବାରୁ ଝିଅର ମୃତ୍ୟୁରେ ବାପାମାଆ ପାଗଳ ପ୍ରାୟ ହୋଇ ଯାଇଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




