Breaking News

ଶିଳ୍ପ ମନ୍ତ୍ରୀଙ୍କ ଘୋଷଣା -ଖୁବ ଶୀଘ୍ର ତିର୍ତ୍ତୋଲ ନାଉସିରା ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସଷ୍ଟାଇଲ୍ ମିଲ୍ !!

+ ତିର୍ତ୍ତୋଲ::-ତିର୍ତ୍ତୋଲ ବାସୀଙ୍କ ମନରୁ ହଜିଯାଇଥିଲା ଯେ ତିର୍ତ୍ତୋଲ ରେ କୌଣସି ଶିଳ୍ପ କେବେବି ପ୍ରତିଷ୍ଠା ହୋଇପାରିବ ନାହିଁ !ଦୀର୍ଘ ୨୪ ବର୍ଷର ସରକାର ଯେବେ କିଛି ବି କରି ପାରିଲେନି ! କିଏ ଆଉ କରିବ ?ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ହେବ ଅଚଳ ଅବସ୍ଥାରେ ପଡିରହିଥିବା ନାଉସିରା ସୂତାକଳ ଗତ ମହାବାତ୍ୟାରେ ଅସ୍ଥିତ୍ୱ ହରେଇବା ପରେ, ଏଥିରେ କାମ କରୁଥିବା ପ୍ରାୟ ୧୫୦୦ ଶହ ଲୋକ ନିଯୁକ୍ତି ହରାଇ ଅତି ଶୋଚନୀୟ ଭାବେ ଜୀବନ ଅତିବାହିତ କରୁଥିଲେ। ଏହାର ପୁନଃ ନିର୍ମାଣ ପାଇଁ ଦାବୀ କରି ତିର୍ତ୍ତୋଲ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକ ସୂତାକଳ ଫାଟକ ସମ୍ମୁଖରେ ଆମରଣ ଅନଶନ ଠାରୁ ଆରମ୍ଭ କରି, ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ଆନ୍ଦୋଳନ ଜାରି ରଖିଥିଲେ। ଏଠାରେ ଥିବା ବିସ୍ତୃତ ଭିତ୍ତିଭୂମି ଉପରେ ଅନ୍ୟ ଯେକୌଣସି ଶିଳ୍ପ ପ୍ରତିଷ୍ଠାନ ବା ଏକ ସୁପର ହସ୍ପିଟାଲ କରିବା ପାଇଁ ମଧ୍ୟ ଦୀର୍ଘ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ତରଫରୁ ସରକାର ଙ୍କ ନିକଟରେ ଦାବୀ ହୋଇ ଆସୁଥିଲା ।ସବୁକିଛି ବିଫଳ ହେବା ଜାଣି ତିର୍ତ୍ତୋଲ ବାସୀ ହାତୋତ୍ସାହ ହୋଇ ଭାବି ନେଇ ଥିଲେ ଯେ ଏଠାରେ ସରକାର କିଛି ବି କରିପାରିବେନାହିଁ !କିନ୍ତୁ ସବୁ ଭାବନାର ଅନ୍ତ ଘଟେଇ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ,ଏଠାରେ ପହଞ୍ଚି ବିଭିନ୍ନ ଗଣମାଧ୍ୟମ ଆଗରେ ଘୋଷଣା କରିଥିଲେ ଯେ , ନିକଟ ଭବିଷ୍ୟତରେ , ସୂତାକଳ ସ୍ଥାନରେ ଓଡିଶା ସରକାର ଙ୍କ ଦ୍ଵାରା ଏକ ଉନ୍ନତ ମାନର ଟେକ୍ସସଟାଇଲ୍ ମିଲ ପ୍ରତିଷ୍ଠା ହେବାକୁ ଯାଉଛି। ଏହି କାରଖାନାରେ ପାଖା ପାଖି ଅଢେ଼ଇ ହଜାର ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ନିଯୁକ୍ତ ପାଇବେ ।ଏହି ବିଶାଳ ପ୍ରକଳ୍ପ ନିମନ୍ତେ ଇଡକୋ ର ବିଭାଗୀୟ ପଦାଧିକାରୀ ମାନେ ସହାୟତାର ହାତ ବଢେ଼ଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ବିଲୁପ୍ତ ପ୍ରାୟ ଏହି ସୂତାକଳ ପରିସର ର ଭିତ୍ତିଭୂମି ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଜେ.ସୋନାଲ , ଇଡକୋ ସି ଜି ଏମ୍ ଲ୍ୟାଣ୍ଡ ସରୋଜ କୁମାର ସେଠୀ,ଇଡ୍ କେl ର ଇଡି ସୁରେଶ ଚନ୍ଦ୍ର ଦଳେଇ , ପାରାଦୀପ ଡି.ଏଚ୍.ଇଡିକେl ହେମନ୍ତ ନାଥ ସିଂହ ଓ ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଓ ବିଭାଗୀୟ ପଦାଧିକାରୀ ମାନଙ୍କୁ ସ୍ଵାଗତ କରିଥିଲେ ବିବେକାନନ୍ଦ ହୋତା, ସୁଧୀର କୁମାର ମଲ୍ଲିକ , ସୁଦୀପ୍ତ ନାଥ , ଦୁଃଶାସନ ସାହୁ, ବାନୋଜ ନାୟକ ଓ ସ୍ଵରାଜ ସାମଲ ଙ୍କ ସମେତ ଶତାଧିକ ସ୍ଥାନୀୟ ଅଧିବାସୀ !କହିବାକୁ ଗଲେ ତିର୍ତ୍ତୋଲରେ ଖୁସିର ଲହର ଖେଳି ଯାଇଥିବାର ଦେଖିବାକୁ ମିଳିଛି !!

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button