Breaking News

ଚାଷୀ ଚିନ୍ତା ରେ… କେନାଲ ରୁ ହୋଇନି ପଙ୍କ ଉଦ୍ଧାର 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ) ବର୍ଷା ଆସିଯାଇଛି.. ଏଣିକି ଚଷା ପୁଅ ଚାଷ ପାଇଁ ଅଣ୍ଟା ଭିଡିଛି l ଏପରିକି ଚାଷ କାର୍ଯ୍ୟ ପାଇଁ ଜଳ ର ଆବଶ୍ୟକତା ରହିଥିବା ବେଳେ ପ୍ରତିବର୍ଷ ଚାଷୀ ଜଳକର ବାବଦ କୁ ସରକାର ଙ୍କୁ ରାଜସ୍ୱ ଆକାର ରେ ଟଙ୍କା ମଧ୍ୟ ଦେଉଛନ୍ତି l କିନ୍ତୁ ଚଳିତ ବର୍ଷ ଚାଷୀ ଜଳସେଚନ ପକ୍ଷରୁ ଚାଷ କାର୍ଯ୍ୟ ରେ ପାଣି ପାଇବ କି ନାହିଁ ତାହା ଏବେଠୁ ନିର୍ଭର କରୁଥିବା ଚାଷୀ ଙ୍କୁ ଚିନ୍ତା ଦେଲାଣି l ଏପରିକି ଚାଷୀ ର ଦୁଃଖ ଖୋଦ ବିଭାଗୀୟ କତୃପକ୍ଷ ମଧ୍ୟ ଅଣଦେଖା କରୁଥିବା ନେଇ ଅଞ୍ଚଳ ର ଚାଷୀ ଅଭିଯୋଗ ଆଣିଛନ୍ତି l ସୂଚନା ମତେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଖୁଦ୍ର ଜଳସେଚନ କୁକୁଟେଶ୍ୱର କେନାଲ ଅନେକ ମୌଜା ର ଚାଷୀ ଚାଷ କ୍ଷେତ୍ର ରେ ପାଣି ପାଇଁ ନିର୍ଭର କରୁଥିବା ବେଳେ ଚଳିତ ବର୍ଷ ବୈକୁଣ୍ଠପୁର. ଉଆଁଲ. କଙ୍କଲା ଆଦି ଗ୍ରାମରେ ଯାଇଥିବା କେନାଲ ର ପଙ୍କ ଉଦ୍ଧାର ହୋଇପାରିନାହିଁ l କାଦୁଅ, ମାଟି, ମଇଳା ରେ ପୁର୍ଣ ରହିଛି କେନାଲ l ଫଳରେ ଆସୁଥିବା ପାଣି କେନାଲ ରେ ନଆସି ବାହାରେ ଚାଲିଯାଉଥିବା ବେଳେ ଚାଷୀ କ୍ଷେତକୁ ପାଣି ପହଁଚି ପାରୁନାହିଁ ବୋଲି ପ୍ରମିଲ ଦନ୍ତା, ରଜନୀକାନ୍ତ ପ୍ରଧାନ,ଶ୍ଵେତାମ୍ବର ପ୍ରଧାନ, ନୀଳମ୍ବର ବେହେରା, ପ୍ରଭାତ ଦୀପ,ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି l ଅନ୍ୟପଟେ ଚଳିତ ବର୍ଷ କେନାଲ ମରାମତି ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ କାମ କେଉଁଠି କରାଯାଇଛି ବୋଲି ଅଞ୍ଚଳ ଚାଷୀ ପ୍ରଶ୍ନ କରୁଛନ୍ତି l ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ କତୃପକ୍ଷ ଙ୍କ ଲାଭ ଖୋର ମନବୃତ୍ତି ପାଇଁ ଆସିଥିବା କେନାଲ କାର୍ଯ୍ୟ ଅର୍ଥ ବାଟ ମାରଣା ହୋଇଥିବା ଚିତ୍ର ହିଁ ସ୍ପଷ୍ଟ ବୟାନ କରୁଛି l ଏପରିକି କେନାଲ ନିର୍ମାଣ କାର୍ଯ୍ୟ ରେ ସୂଚନା ଫଳକ ଟିଏ ଲାଗି ପାରିଲା ନାହିଁ l କେନାଲ କାର୍ଯ୍ୟ ବାବଦ କୁ କେତେ ଲକ୍ଷ୍ୟ କେଉଁ ଅନୁଦାନ ରୁ ଆସିଥିଲା ତାକୁ ସର୍ବ ସାଧାରଣ ରେ ଫଳକ ଲଗାଇବା ନିୟମ ବ୍ୟବସ୍ତା ରହିଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ଙ୍କ ମନମୁଖୀ ଓ ଲାଭ ଖୋର ମନବୃତିଥିବା ଅଧିକାରୀ ପାଇଁ ସାଧାରଣ ଲୋକଙ୍କୁ ଅନ୍ଧାର ରେ ରଖି କେନାଲ କାର୍ଯ୍ୟ ହୋଇଥିବା ନେଇ ଚାଷୀ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି l କେତେ କ ସ୍ଥାନ ରେ କେନାଲ କାମ ନିମ୍ନ ମାନର ହୋଇଥିବା ବେଳେ ଆଉ କେତେକ ସ୍ଥାନ ରେ କାର୍ଯ୍ୟ କରି କେନାଲ ଉଭୟ ପାର୍ଶ୍ଵ ରେ ମାଟିହୁଡ଼ା ନ କରୀ ଛାଡି ଦେଇଥିବା ଚିତ୍ର ଦେଖିବା ମିଳିଛି l ତେଣୁ ଚଳିତ ବର୍ଷ ଏହି ତିନିଖଣ୍ଡ ମୌଜା ର ଚାଷୀ ମାନେ କୁକୁଟେଶ୍ୱର କେନାଲ ରୁ ପାଣି ପାଇବେ କି ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି l ଏପଟେ ଲୋକଙ୍କ ସରକାର କହୁଥିବା ବେଳେ ବିଭାଗୀୟ କତୃପକ୍ଷ ହେଉ କିମ୍ବା ଜିଲ୍ଲା ପ୍ରଶାସନ ହେଉ କାହିଁକି ଜନସାଧାରଣ ଙ୍କୁ ହଇରାଣ କରୁଛି ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି l ଏଭଳି ସମସ୍ୟା କୁ ନେଇ ପୁରୁଣା କଟକ ଖୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀ ରମେଶ ରାଉତ ଙ୍କୁ ପଚାରିବାରୁ କେନାଲ ରେ ହୋଇଥିବା କାର୍ଯ୍ୟ ଟି ଆଗରୁ ହୋଇଛି ସେ ବାବଦ ରେ ମୁଁ କିଛି କହିପାରିବି ନାହିଁ ଏବଂ ଚାଷୀ ଙ୍କ ଅଭିଯୋଗ ଆସିଛି ସୋମବାର ଦିନ ଉକ୍ତ କେନାଲ ପରିଦର୍ଶନ ଯାଇ ପଙ୍କ ଉଦ୍ଧାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ l

Related Articles

Back to top button