Breaking News

ଘଣ୍ଟାପଡ଼ାର ବାହୁଡ଼ା ଯାତ୍ରା,ରାସ୍ତାରେ ଅଟକିଗଲେ କାଳିଆ ସାଆନ୍ତେ,

 

କଣ୍ଟାମାଳ: -୫/୭/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା ଅପାର ,ଲୀଳାମୟଙ୍କ ଇଚ୍ଛା ଅନୁସାରେ ରଥଚାଲେ,ତାର ପ୍ରମାଣ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ାର ବାହୁଡ଼ା ଯାତ୍ରାରେ । ନିର୍ଦ୍ଧାରିତ ସମୟରେ ଝିପିଝିପି ବର୍ଷା ସତ୍ତ୍ୱେ ଘଣ୍ଟ ଶଙ୍ଖ ହୁଳହୁଳି, ହରିବୋଲ ସଂକୀର୍ତ୍ତନ ମାଧ୍ୟମରେ ପହଣ୍ଡି ହୋଇ ରଥାଋଢ଼ ହେଲେ। ସେଠାରେ ଛୋଟ ଛୋଟ ଶିଶୁଙ୍କ ରଥଛୁଆଁ କାର୍ଯ୍ୟକ୍ରମ ହୋଇ ରଥଟଣା ବି ହେଲା। ରଥ ବି ଠିକ,ଭକ୍ତବି ଠିକ୍ | ମଝିରେ ମଝିରେ ଲୀଳାମୟ କିଛି ସମୟ ଅଟକି ପୁଣି ରଥ ଟଣା ହୁଏ । କୌଣସି ବ୍ୟତିକ୍ରମ ନ ଥିଲା, ହେଲା ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିବାର ୫୦ମିଟର ପୂର୍ବରୁ ରାସ୍ତାରେ ରଥ ଅଟକିଗଲା| ଯେତେ ହରିବୋଲ ହୁଳହୁଳି ଦେଲେ ମଧ୍ୟ ରଥ ଗଡିଲା ନାହିଁ। ଶେଷରେ ରଥଟଣା ବନ୍ଦ କରାଯାଇ ନିତ୍ୟକର୍ମ ଆଳତି ଦେଇ ମହାପ୍ରଭୁଙ୍କୁ ରଥରେ ବିଶ୍ରାମ ଦିଆଗଲା। କିମ୍ବଦନ୍ତ କହେ ଶ୍ରୀକ୍ଷେତ୍ର ମହାପ୍ରଭୁଙ୍କୁ ଯେପରି ଉକ୍ତ ସାଲବେଗ ରଥ ଅଟକାଇ ରଖିଥିଲେ, ଏଠାରେ ମଧ୍ୟ କେଉଁ ପରମ ଭକ୍ତଙ୍କ ଦର୍ଶନ ପାଇଁ ବୋଧହୁଏ କାଳିଆ ଅଟକି ଯାଇଛନ୍ତି।ଏହା ବାସ୍ତବରେ ବିଚିତ୍ର ଲୀଳା ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’

Related Articles

Back to top button