Breaking News

ବିକାଶ ଉଇସଡମ ପାର୍କପରିସରରେ ବନ ମହୋତ୍ସବ ପାଳନ

ଭବାନୀପାଟଣା : “ବୃକ୍ଷ ହିଁ ଜୀବନ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ” ଏହି ଭାବନ ରେ ଉଦବୁଦ୍ଧ ହୋଇ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ବିକାଶ ଉଇସଡ଼ମ ପାର୍କ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ, ଶିକ୍ଷା ପ୍ରଭାରୀ ଡି ବିଜୟା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଉଦବୋଧନ ଦେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଉଭୟ ସିବିଏସଇ ଓ ସିଏଚଏସଇ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିକାଶ ଆବାସିକ ବିଦ୍ୟାଳୟର ଉଦ୍ୟାନ ବିଭାଗ କ୍ଲବ ର ସଦସ୍ୟ ମାନେ ପରିଚାଳନା କରିଥିଲେ ।

ଅପରାହ୍ନରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ପରିସରରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବାହୁଡ଼ାଯାତ୍ରା ଖୁବ୍ ଧୁମଧାମରେ ପାଳିତ ହୋଇଥିଲା । ଏକ ଭକ୍ତିମୟ ପରିବେଶ ଓ ଜୟ ଜଗନ୍ନାଥ ଧ୍ବନିରେ ବିକାଶ ଉଇସଡ଼ମ ପାର୍କ ଉଛୁଳି ଉଠିଥିଲା । ବାହୁଡ଼ା ଯାତ୍ରାରେ ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ବିଦ୍ୟାଳୟ ପରିସରରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button