ହରଭଙ୍ଗା ଗ୍ରାମ ର ବିଭିନ୍ନ ଅଞ୍ଚଳ ରେ ବନ ବିଭାଗର ବନ ମହୋତ୍ସବ


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ଓଡିଶା ସରକାର ଙ୍କ ପକ୍ଷରୁ ବର୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଚାଲିଛି ବନ ମହୋତ୍ସବ l ବୌଦ୍ଧ ବନ ବିଭାଗ ପକ୍ଷରୁ ବିଭିନ୍ନ ରେଞ୍ଜଅଞ୍ଚଳ ରେ ବୃକ୍ଷ ରୋପଣ ହେଉଥିବା ବେଳେ ଆଜି ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ଅରଖପଦର ସଂରକ୍ଷିତ ଜଙ୍ଗଲ ରେ 76 ତମ ବନ ମହୋତ୍ସବ ଅବସରରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରେଞ୍ଜଅଧିକାରୀ ଜୟନ୍ତ ଦାସ ଙ୍କ ଅଧକ୍ଷତା ରେ ଉକ୍ତ କାର୍ଯ୍ୟକ୍ରମ ରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାଁହୁ ଚରଣ ନାଥ ଅଥିତି ଭାବେ ଯୋଗ ଦେଇ ବନ ମହୋତ୍ସବ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ସଂରକ୍ଷିତ ଜଙ୍ଗଲ ର 50 ହେକ୍ଟର ଜାଗାରେ 25 ହଜାର ଜାମୁ, ଅଁଳା,ଫାଶୀ, ଭଳି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ ବନ ବିଭାଗ ପକ୍ଷରୁ କରାଯାଇଥିଲା l ସେହିପରି କୁସଙ୍ଗ ମହାନଦୀ ବନ୍ୟପ୍ରଣୀ ବିଭାଗ ରେଞ୍ଜଅଧିକାରୀ ସଂସାର ବର୍ଗିଆ ଙ୍କ ଅଧକ୍ଷତା ରେ ମଧ୍ୟ ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଛତ୍ରଙ୍ଗ କେନ୍ଦୁଲିଫ ରେଞ୍ଜ ଅଧିକାରୀ, ପୁରୁଣା କଟକ ବନ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l




