ମୂଳିସିଂ ହାଟର ଅସହାୟ ବୃଦ୍ଧା ବିକି ମାଉସୀ ଙ୍କୁ ସାହାରା ହେଲା ରଜନୀ ଦେବୀ ଜରାଶ୍ରମ !!


++ତିର୍ତ୍ତୋଲ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନ ମୁଳିସିଂ ପଞ୍ଚାୟତ ତଥା ଗ୍ରାମରେ ବିକୃତ ମସ୍ତିସ୍କା ଅପରିଚିତ ଅସହାୟ ବୃଦ୍ଧା ଅସୁସ୍ଥ ଅବସ୍ଥାରେ ମଳମୂତ୍ର ତ୍ୟାଗ ସ୍ଥାନରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ସରପଞ୍ଚ ତଥା ଯୁବସମାଜସେବୀ ସଫି ଆଜମ୍ ତାଙ୍କୁ ସେଠାରୁ ଉଦ୍ଧାର କରି, “ମା’ଶାରଳା ଫାଉଣ୍ଡେସନ”ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସାହାଯ୍ୟରେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା ନିମନ୍ତେ ଭର୍ତ୍ତୀ କରିଥିଲେ। ମା ଶାରଳା ଫାଉଣ୍ଡେସନର ପ୍ରତିଷ୍ଠାତା ସୋନାଲି ମହାନ୍ତି ଓ ସଦସ୍ୟ ସଦସ୍ୟା ହୃଷିକେଶ ପରିଜା, ସ୍ମୃତି ରଞ୍ଜନ ଲେଙ୍କା, ଝୁନିଵାଳା ଦାସ, ନିରଜ ସିଂ, ଶ୍ରୀତମ ସୌରଭ ସାହୁ, ନୀଳାଞ୍ଚଳ ସାହୁ, ବିଶ୍ୱନାଥ ମହାପାତ୍ର, ଶିଶୁ ରଞ୍ଜନ ମହାନ୍ତି, ତିର୍ତୋଲ କଲେଜର ପୂର୍ବତନ ଅଧକ୍ଷ ସଦାଶିବ ସାହୁ, ବିଦ୍ୟା ପ୍ରକାଶ ମନ୍ମୟ କୁମାରଙ୍କ ସହ ଫାଉଣ୍ଡେସନର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ଦିନ ଚିକିତ୍ସା କରାଯାଇଥିଲା l ବୃଦ୍ଧା ଜଣକ ସୁସ୍ଥ ହେବା ପରେ ଫାଉଣ୍ଡେସନ ତରଫ ରୁ କୁଜଙ୍ଗ ର ରଜନୀଦେବୀ ଜରାଶ୍ରମର ଅଧକ୍ଷା ଆଇନଜୀବି ମଞ୍ଜୁଲତା ରାଉତଙ୍କ ସହିତ ଯୋଗାଯୋଗ କରାଯାଇ ବୃଦ୍ଧାଙ୍କୁ ସେଠାକୁ ହସ୍ତାନ୍ତର କରାଇଥିଲେ !ବିଶେଷ ସୂତ୍ରରୁ ପ୍ରକାଶ ଯେ ଉକ୍ତ ମହିଳା କାକଟପୁର ଅଂଚଳରୁ ଏକ ସଂଖ୍ୟାଲଘୁ ମୁସଲିମ୍ ବିବାହ ସମାରୋହ କୁ ଆସି ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ହେବ ମୂଳିସିଂ ହାଟରେ ରହି ହାଟ ବଜାର ଝାଡୁକରି ଚଳୁଥିଲା !ସମସ୍ତଙ୍କ ନିକଟରେ ବିକି ମାଉସୀ ନାମରେ ପରିଚିତ ଏହି ବିକୃତ ମସ୍ତିଷ୍କ ମହିଳା ହାଟ ବଜାରର ପରିବେଶକୁ ସର୍ବଦା ପରିଷ୍କାର କରି ରଖୁଥିବାର ବଜାରବାସୀ କହିଛନ୍ତି !ଯିଏ ଯାହା ଦିଅନ୍ତି ଖାଏ ଆବଶ୍ୟକ ପଡିଲେ ବସ୍ତିରେ ଭିକ୍ଷାବୃତ୍ତି କରି ପେଟ ପୋଷୁ ଥିଲା ! କିନ୍ତୁ ହଠାତ ଅସୁସ୍ଥ ହୋଇ ପଡିବାରୁ ରୁଗଣ ଦେଖା ଯାଉଥିଲା !ଯାହାହେଉ ଅରକ୍ଷିତ କୁ ଦଇବ ସାହା ହେବାପରି ବିକି ମାଉସିକୁ ସରପଞ୍ଚ ସଫି ଆଜମ,ମା’ଶାରଳା ଫାଉଣ୍ଡେସନ ଗୃପ ଓ ମଞ୍ଜୁଲତା ରାଉତ ଙ୍କ ସହାୟତରେ ରଜନୀଦେବୀ ଜରାଶ୍ରମରେ ଆଶ୍ରିତ ହୋଇଅଛି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!




