ଖରଭୂଇଁ ପରେ ସରାଡି ଖୋଲ ବାସି ଙ୍କ ଦ୍ୱାରା ତେଜିବ କି??କ୍ରସର ବିରୋଧୀ ଆନ୍ଦୋଳନ…


.. ମହିଳା ଏକଜୁଟ, ଅଟକିଲା ସହ ସହ ହାଇବା….
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ରେ ଚାଲିଛି ଦିନ ରାତି ଲଘୁ ଖଣିଜ ସମ୍ପଦ ଲୁଟ l ବାଲି ଠାରୁ ମାଟି ଇଟା, ବେଆଇନ ପଥର ବ୍ଲାଷ୍ଟିଙ୍ଗ, ଛତୁ ଫୁଟିଲା ଭଳି କ୍ରସର ଗଢି ଉଠି ସରକାରୀ ନିୟମ କୁ ଉଲଂଘନ କରି ଚାଲିଛି ସରକାରୀ ରାଜସ୍ବ ହରିଲୁଟ l ହେଉନି ଦୃଢ଼ କାର୍ଯ୍ୟାନୁଷ୍ଠାନ l ନିରୀହ ଅଂଚଳ ଓ ଗ୍ରାମ ବାସି ଏହାର ପ୍ରତିଫଳ ଭୋଗୁଛନ୍ତି l ସ୍ୱାଧୀନ ପାଇଥିଲେ ମଧ୍ୟ ପାଇ ପାରୁନାହାନ୍ତି ସ୍ୱାଧୀନତାର ସ୍ୱାଦ l ନିଜ ହକ ନ ପାଇଲେ ବେଆଇନ କ୍ରସର ଚଳାଇ ଦେବୁନି ବୋଲି ଅଣ୍ଟା ଭିଡିଛନ୍ତି ଏବେ ନାରୀ ଶକ୍ତି l ଏମିତି ଏକ ନାରୀ ଶକ୍ତି ର ଶ୍ୱର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ସରାଡି ଖୋଲ ଗ୍ରାମରେ l ସୂଚନା ଅନୁଯାଇ ହରଭଙ୍ଗା ତହସିଲ ଛତ୍ରଙ୍ଗ ରାଜସ୍ବ ବିଭାଗ ଖରଭୂଇଁ -ସରାଡି ଖୋଲ ଗ୍ରାମ୍ୟ ରାସ୍ତା ଉଭୟ ପାର୍ଶ୍ୱରେ ଗଢି ଉଠିଛି 3ଗୋଟି କ୍ରସର l ବେ ଆଇନ ବ୍ଲାଷ୍ଟିଙ୍ଗ ସହିତ ପ୍ରଦୂଷଣ ପ୍ରମାଣ ପତ୍ର, ପାସ ଓ ବିନା କାଗକ ପତ୍ର ଗାଡି, ଆର ଟି ଓ ନିୟମ ବାହାରେ, ସହିତ ଓଭର ଲୋଡିଂ ହୋଇ ଉକ୍ତ କ୍ରସର ଗୁଡିକ ରୁ ଦିନ ରାତି ସହ ସହ ହାଇବା ଗାଡ଼ିରେ ଚାଲିଛି ଚିପ୍ସ, ଡଷ୍ଟ, ବଜ୍ରି, ମେଟାଲ ଚାଲାଣ l ଏହି ସରାଡି ଖୋଲ ଗ୍ରାମକୁ ଯିବାକୁ ହେଲେ ଏହି ଗୋଟିଏ ମାତ୍ର ରାସ୍ତା l କ୍ରସର ବସିବା ପରେ ସହ ସହ ଗାଡି ଚାଲିବା ନେଇ ରାସ୍ତା ପାଲଟିଛି ମରଣ ଯନ୍ତା l 4କିଲୋମିଟର ରାସ୍ତା କେବଳ କ୍ରସର ପାଇଁ କାଦୁଅ ରେ ଭର ପୁର, ପାଠ ପଢା ଠାରୁ, ସ୍ୱାସ୍ଥ୍ୟ, ଗମନା ଗମନ ଏ ପରିକି ସାଇକେଲ ମଧ୍ୟ ଯାଇ ପାରୁନି l ଗ୍ରାମରେ ବର୍ତମାନ 2ଜଣ ଗର୍ଭବତୀ ମା ଜଣଙ୍କ ମାତ୍ର ଆଉ 4ଦିନ ଆଠ ତାରିଖ ରେ ଶିଶୁ ଜନ୍ମ ଥିବା ବେଳେ କିପରି ଏପରି ରାସ୍ତାରେ ଆମେ ଡାକ୍ତରଖାନା ନେବୁ ଚିନ୍ତାରେ ପରିବାର l ସେପଟେ ବିଦ୍ୟାଳୟ କୁ ପିଲା ପାଠ ପଢ଼ିଯିବlରେ ରାସ୍ତା ସକାଶେ ବନ୍ଦ କଲେଣି l ରାସ୍ତା ମରାମତି ପାଇଁ କ୍ରସର ମଲିକ ଙ୍କୁ ଗ୍ରାମବାସୀ ଖରା ଦିନ ଠାରୁ ଅଭିଯୋଗ କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ କଲେନି ରାସ୍ତା ମରାମତି କି ସ୍ଥାନୀୟ ସରପଞ୍ଚ ବୁଝିଲେନି ଗ୍ରାମବାସୀ ଙ୍କ ଦୁଃଖ l ତେଣୁ ଆଜି ବାଧ୍ୟ ହୋଇ ଗ୍ରାମର ମହିଳା ଏକ ଜୁଟ ହୋଇ ରାସ୍ତା ଅବରୋଧ କରି ଥିବା ଦେଖିବାକୁ ମିଳିଛି ଓ ସହ ସହ ହାଇବା ଗାଡି ରାସ୍ତା ଉପରେ ଛିଡା ହୋଇଛି l ଯଦି ରାସ୍ତା ମରାମତି କରାନଯାଏ ତା ହେଲେ କ୍ରସର ବନ୍ଦ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଅଭିଯୋଗ ଆଣି ଆଜି ଶୁକ୍ରବାର ଠୁ ରାସ୍ତା ଉପରେ ମହିଳା ମାନେ ଜଗି ଆନ୍ଦୋଳନ ରେ ବସିଛନ୍ତି l




