ମନ୍ଦିର ଅନୁଦାନ ଅର୍ଥ କୁ ହରିଲୁଟ


ବିଜେଡି ସରକାର ସମୟରେ ନିର୍ବାଚନି ରଣନୀତି ରେ ଲୁଟ ଯୋଜନା , ଆମ ଓଡ଼ିଶା ନବୀନ ଓଡ଼ିଶା ବିଜେଡି କର୍ମୀ ଓ ବିଭାଗୀୟ ଯନ୍ତ୍ରୀ ମିଶି ଅନୁଦାନ ଅର୍ଥ ହଡପ । ମନ୍ଦିର ନିର୍ମାଣ ଅର୍ଥ କୁ ମଧ୍ୟ ଛାଡିଲେ ନାହିଁ ଯୋଜନା ଲୁଟେରା, ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କୁଶୁର୍ଲା ଗାଁ l ଲକ୍ଷ୍ମୀ ମନ୍ଦିର ଅର୍ଥକୁ ମଧ୍ୟ ଛାଡିନଥିଲେ, ବିଜେଡି ଲୁଟେରା। ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ରେ ୨୦୨୩-୨୪ ଆର୍ଥିକ ବର୍ଷ ରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କୁଶୁର୍ଲା ଗାଁ ରେ ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ୨.୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଆସିଥିଲା। ତାହା ଜଣେ ବି ବିଜେଡି ନେତା ଙ୍କ ସାହାଯ୍ୟରେ ବିଭାଗୀୟ ଯନ୍ତ୍ରୀ ସହ ମିଶି ମିଛ ବିଲ୍ କରି ଟଙ୍କା ହଡପ କରିଛନ୍ତି। କର୍ଲାମୁଣ୍ଡା ବ୍ଳକ ରେ କାର୍ଯ୍ୟରତ ଜେଇ ଧର୍ମେନ୍ଦ୍ର ସିରକା ନାମରେ ୨.୧୧ ଲକ୍ଷ ଟଙ୍କା ଉଠାଯାଇଛି। କିନ୍ତୁ ମନ୍ଦିର କାମ ଗ୍ରାମବାସୀ ନିଜସ୍ବ ପାଣ୍ଠିରୁ ୧୦ ବର୍ଷ ଧରି ନିର୍ମାଣଧିନ ଅଧାପନ୍ତରିଆ ପଢିରହିଛି।
ବିଜେଡି ନେତା ଙ୍କ ପାଣ୍ଠି ଯୋଗାଡ ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ମିଶି ଟଙ୍କା ଉଠାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୁର୍ବରୁ ମଧ୍ୟ ୨୦୨୧-୨୨ ରେ ବିଧାୟକ ପାଣ୍ଠି ରୁ ୧ଲକ୍ଷ ଟଙ୍କା ହଡପ ହୋଇଅଛି। ସମସ୍ୟା କୁ ନେଇ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଲରେ ଚୁପ୍ ରହିଛନ୍ତି।
ନବୀନ ଓଡ଼ିଶା ନାଁରେ ଲୁଟ ର ତଦନ୍ତ କେବେ ହେବ।କିଏ କିଏ ମିଶି ଲୁଟିଛନ୍ତି ମନ୍ଦିର ନିର୍ମାଣ ର ଅନୁଦାନ।କେବେ ହେବ କାର୍ଯ୍ୟାନୁଷ୍ଠାନ। ଏହା ଦେଖି ବାକୁ ବାକି ରହିଲା lଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




