Breaking News

ପୂର୍ବତନ ନାୟବ ସରପଞ୍ଚ ବିଦ୍ୟୁତ ପ୍ରଭା ଦାସ ଙ୍କ ବିୟୋଗରେ ଅଞ୍ଚଳବାସୀ ମର୍ମାହତ !!

ରଘୁନାଥପୁର ::-ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ !ସଭିଙ୍କ ପାଇଁ ମୃତ୍ୟୁ ଅନିର୍ଵାର୍ଯ୍ୟ ହୋଇପାରେ !କିନ୍ତୁ ଆମେ ଏଠାରେ ଯେଉଁ ମହିୟସୀ ମହିଳାଙ୍କ ମୃତ୍ୟୁ ବିଷୟରେ କହୁଛୁ ଯେ କି ସ୍ଥାନୀୟ ଅଞ୍ଚଳର ଆବାଳ ବୃଦ୍ଧ ବନିତା ଙ୍କୁ ମର୍ମାହତ କରାଇ ଶୋକାଭିଭୂତ କରିଦେଇଛି !ସେ ହେଉଛନ୍ତି ଜଣେ ଧର୍ମୀକା ଖ୍ୟାତିସମ୍ପର୍ଣ୍ଣା,ମିଷ୍ଟଭାଷୀ, ଦୟାଳୁ,ଆଦର୍ଶ ଗୃହିଣୀ,ଜନସେବିକା ତଥା ରଘୁନାଥପୁର ବ୍ଲକ,ପୁରୁଣା ବସନ୍ତ ପଞ୍ଚାୟତର ପୂର୍ବତନ ନାୟବ ସରପଞ୍ଚ ଭାବେ ସୁପରିଚିତ ବିଦ୍ୟୁତ୍ ପ୍ରଭା ଦାସ ! ତାଙ୍କର ପରଲୋକ ହେବାର ଖବରପାଇ, କଂଗ୍ରେସ ନେତା ଈଂ ହିମାଂଶୁ ଭୁଷଣ ମଲ୍ଲିକ, ପୁରୁଣା ବସନ୍ତ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଚରଣ ମହାନ୍ତି , ସମାଜସେବୀ ଆର୍ତ୍ତତ୍ରାଣ ପଣ୍ଡା, ପୁର୍ବତନ ସରପଞ୍ଚ ଅକ୍ଷୟ ମିଶ୍ର ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ବହୂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ତାଙ୍କର ମରଶରୀର କୁ ପୁରୀ ଶ୍ରୀକ୍ଷେତ୍ର ସ୍ବର୍ଗ ଦ୍ବାର କୁ ନିଆଯାଇ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରା ଯାଇଥିଲା। ଏହି ଶେଷକୃତ୍ୟ ସମୟରେ ତାଙ୍କର ଜ୍ୟେଷ୍ଠପୁତ୍ର କମଳାକାନ୍ତ ଦାସ ମୁଖାଗ୍ନି ପ୍ରଦାନ କରିଥିବା ବେଳେ, ବିମଳା କାନ୍ତ ଦାସ, ଶ୍ୟାମଳl କାନ୍ତ ଦାସ, ଅମୂଲ୍ୟ କୁମାର ଦାସ ଓ କାମାକ୍ଷା ପ୍ରସାଦ ଦାସ୍ ଙ୍କ ସମେତ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ, ନାତି ଚୌଧୁରୀ ଅଙ୍କିତ ଦାସ, ଅଭିଷେକ ଦାସ, ଅଭିଷେକ ମହାନ୍ତି, ମୟଙ୍କ ଦାସ, ଜଗ୍ଜଜୀବନ ରାଉତ,ପଡ଼ୋଶୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଆସନ୍ତା ୧୧ ତାରିଖ ଦିନ ତାଙ୍କର ଏକାଦଶାହ ଉପଲକ୍ଷେ ନିରାଡ଼ମ୍ବର ଶୋକସଭା ର ଆୟୋଜନ କରାଯାଇଛି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି !!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button