Breaking News

ବୈଦିତିକ ସୁରକ୍ଷା ସପ୍ତାହ ପାଳନ l

 

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ତିଲେଶ୍ଵର ଲାଲବହାଦୁର ବିଦ୍ୟାପୀଠ ହାଇସ୍କୁଲ ପରିସରରେ ଜାତୀୟ ବୈଦିତିକ ସୁରକ୍ଷା ସପ୍ତାହ ପାଳନ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟୁତ କନିଷ୍ଟ ଯନ୍ତ୍ରୀ ଜ୍ଞାନ ଦୀପ୍ତ ବେହେରା, ଅନ୍ୟତମ ଅତିଥି ଭାବେ ସୁରକ୍ଷା ଅଧିକାରୀ ଦେବଦତ୍ତ ଶଙ୍ଖୁଆ,ଦିବ୍ୟ ରଞ୍ଜନ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ଅଭିଭାବକ ଅଭିଵାବିକା ଙ୍କୁ ବୈଦୁତିକ ବ୍ୟବହାର ସମ୍ପର୍କ ରେ ସଚେତନତା ଓ ସୁରକ୍ଷା ଦିଗରେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ରମେଶ ସାମଲ, ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ,ସ୍ଵଛତା ଉପରେ ସଚେତନ,ପ୍ଲାଷ୍ଟିକ ମୁକ୍ତ ପାଇଁ ଗ୍ରାମ୍ୟ ପରିକ୍ରମା କରି ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ l

Related Articles

Back to top button