Breaking News

ଆସନ୍ତା 6ତାରିଖ ରେ ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ. l  ମହାନଦୀ ତଳିଆ ଅଞ୍ଚକୁ ସତର୍କ କରାଇଲା ମହାନଦୀ ଅବବାହିକା 

 

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ).ଚଳିତ ବର୍ଷ ମହାନଦୀ ର ହୀରାକୁଦ ବନ୍ଧ ଉପର ମୁଣ୍ଡରେ ଓ ଛତିଶଗଡ ରାଜ୍ୟ ରେ ପ୍ରବଳ ବର୍ଷା ଲାଗି ରହିଥିବା ରୁ କ୍ରମାଗତ ଭାବେ ଜଳ ଭଣ୍ଡାରରେ ଜଳ ସ୍ଥର ବୃଦ୍ଧି ପାଇବାରେ ଲାଗିଛି l ଏପଟେ ମହାନଦୀର ତଳିଆ ଅଞ୍ଚଳ ରେ ମଧ୍ୟ ଦୁଇ ସପ୍ତାହ ଧରି ମଧ୍ୟମ ଧରଣ ର ବର୍ଷା ହେବା ଫଳରେ ମହାନଦୀ କୁଳ ଲଂଘୁଛି l ଆଗକୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କିପରି ନ ହେବ ଓ ଜନ ଜୀବନ ସୁରକ୍ଷିତ ସହିତ ବନ୍ୟା ରୁ ରକ୍ଷା ପାଇବା ପାଇଁ ଆସନ୍ତା 6ତାରିଖ ରବିବାର ଦିନ 10ଘଟିକା ସମୟରେ ଚଳିତ ବର୍ଷ ହୀରାକୁଦ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ମହାନଦୀରେ ଛଡ଼ାଯିବା ନେଇ ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ ମହାନଦୀ ଅବବାହିକା ବୁର୍ଲା ପକ୍ଷରୁ ସତର୍କତା ସୂଚନା ଦିଆ ଯାଇଛି l ଯେହେତୁ ମହା ନଦୀରେ ଜଳ କୁଳ ଲଂଘୁଛି ପ୍ରଥମ ହୀରାକୁଦ ଜଳ ମିଶିଲେ ନଦୀ ଫୁଲିବ ଓ ଶାଖା ନଦୀ ଗୁଡିକ ରେ ଜଳ ସ୍ଥର ବୃଦ୍ଧି ପାଇବ l ଏହି ସମୟରେ ନଦୀ ମଧ୍ୟକୁ ପ୍ରବେଶ ପାଇଁ ବାରଣ ସହିତ ସତର୍କ କରାଯାଇଛି l ବିଶେଷ କରି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ର ମାରଡ଼ା, ଅତଲସରା,ହରଭଙ୍ଗା, ପାଣିଘରା, କୋଡାସିଙ୍ଗା, ଖଣ୍ଡି ଧଳପୁର, ଝରାସାହି ଓ ନଦୀ କୁଳିଆ ଗାଁ ଗୁଡିକ ରେ ଏହି ପ୍ରଥମ ହୀରାକୁଦ ଜଳ ପ୍ରଭାବ ପକାଉଥିବାରୁ ବର୍ତମାନ ଲୋକେ ଆଶଙ୍କା ରେ l

Related Articles

Back to top button