Breaking News

ଶିକ୍ଷକ ବନମାଳୀ ବେହେରାଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା

କଣ୍ଟାମାଳ: -୩/୭/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ଦପଲା ପ୍ରାଥମିକ ବିଦ୍ୟାଳୟରେ ସହକାରୀଶିକ୍ଷକ ବନମାଳୀ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଛି।ଏହି ଅବସର ରେ ଲଏଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ମହାକୁଡ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ଗୋଷ୍ଠି ଶିକ୍ଷା ଅଧିକାରୀ ଅଶୋଭା ରଂଜନ ମାଳି, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲକ୍ଷ୍ମୀ ମଲିକ, ସମ୍ମାନିତ ଅତିଥି ଭାବରେ ଖୁଣ୍ଟିଗୋରା କ୍ଲଷ୍ଟର ସଂଯୋଜକ ଶତ୍ରୁଘନ ଜାନି,ଦପଲା କ୍ଲଷ୍ଟର ସଂଯୋଜକ ଶ୍ରୀମନ୍ତ କଅଁର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବେହେରାଙ୍କ କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ। ଏହି ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦାୟୀ ଶିକ୍ଷକ ଙ୍କୁ ପେନ୍ସନ୍ ପେପର ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ଉପଢୌକନ ଓ ମାନପତ୍ର ପ୍ରଦାନ କରି ତାଙ୍କର ପରବର୍ତ୍ତୀ ଜୀବନର ଦୀର୍ଘ ଜିବୀ ସହ ସୁସ୍ଥ କାମନା କରିଥିଲେ।ଶିକ୍ଷକ କେଶବ ପ୍ରଧାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ କ୍ଲଷ୍ଟର ସଂଯୋଜକ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button