Breaking News

ସମାଜକୁ ନିଶାମୁକ୍ତ କରିବା ଲାଗି ସେଙ୍ଗେଲ ସଭା

 

ସମାଜକୁ ନିଶାମୁକ୍ତ କରିବା ଲାଗି ସେଙ୍ଗେଲ ସଭା

 *ସେଙ୍ଗେଲରେ ସାମିଲ ହେଲେ ୧୭ ପରିବାର* 

 

ଉଦଳା,୨।୭ : ଉଦଳା ବ୍ଲକର ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ସାସାଂବେଡା ଗ୍ରାମର ଗ୍ରାମମୁଖ୍ଯ (ମାଝୀବାବା) ଶ୍ରୀ ରାମ ହେମ୍ବ୍ରମଙ୍କ ନେତୃତ୍ବରେ ଆଦିବାସୀ ସମାଜକୁ ନିଶାମୁକ୍ତ କରିବା ଲାଗି ଏକ ସେଙ୍ଗେଲ ସଭା ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପରେ ଆଦିବାସୀ ସେଙ୍ଗେଲ ଆଭିଯାନର ପ୍ରଦେଶ ସେଙ୍ଗେଲ ପାର୍ଗାନା ସହ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ଶ୍ରୀ ନାରାନ ମୁର୍ମୁ, ମୁଖ୍ୟବକ୍ତା ରୂପରେ ମାଝୀ-ପାର୍ଗାନା ମାଡୱାର ଓଡ଼ିଶା ପ୍ରଦେଶ ସଭାପତି ଶ୍ରୀ ମାଧବ ଚନ୍ଦ୍ର ସୋରେନ, ସମ୍ମାନୀୟ ଅତିଥି ରୂପରେ ବାରିପଦା ସବ-ଡିଭିଜୋନାଲ ସେଙ୍ଗେଲ ସଭାପତି ଶ୍ରୀ ବିକାଶ ଚନ୍ଦ୍ର ହେମ୍ବ୍ରମ ଏବଂ କପ୍ତିପଦା ସବ-ଡିଭିଜୋନାଲ ସେଙ୍ଗେଲ ପାର୍ଗାନା ଶ୍ରୀ ଉଦୟନାଥ ହେମ୍ବ୍ରମ ଆଦି ସେଙ୍ଗେଲ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଅତିଥିମାନେ ମାଝାବାବାଙ୍କୁ ପ୍ରଶଂସା କରି କହିଥିଲେ ଯେ, ଆଦିବାସୀ ସମାଜର ସାମାଜିକ, ଧାର୍ମିକ ଏବଂ ପରମ୍ପରା ନାମରେ ହାଣ୍ଡିଆ, ମଦ ପରି ନିଶାଦ୍ରବ୍ୟର ବ୍ଯବହାରକୁ ବନ୍ଦ କରି ଆଦିବାସୀ ସମାଜର ବିକାଶ ପାଇଁ ଆଦିବାସୀମାନଙ୍କର ହାସା (ଭୁମି), ଭାଷା (ସାନ୍ତାଳୀ), ଜାତି (ଏସଟି), ଧର୍ମ (ସାର୍ନା), ଇଜ୍ଜତ, ଆବାଦୀ (ଆରକ୍ଷଣ), ରୋଜଗାର, ଚାଷବାସ ସହିତ ସମସ୍ତ ସାମ୍ବିଧାନିକ ଅଧିକାରକୁ ସ୍ଥାପିତ କରିବାକୁ ପଡ଼ିବ । ଏଥିପାଇଁ ସମସ୍ତ ଆଦିବାସୀମାନେ ଏକତା ହୋଇ ବୃହତ ଆନ୍ଦୋଳନ କରିବାକୁ ହେବ । ନଚେତ ଆଦିବାସୀ ସମାଜର ବିଲୁପ୍ତ ହେବା ନିଶ୍ଚିତ ଅଟେ ବୋଲି କହିଛନ୍ତି । କାରଣ, ପ୍ରକୃତି ପୂଜକ ଆଦିବାସୀମାନଙ୍କର ସାର୍ନା ଧର୍ମ କୋଡ଼ ମାନ୍ୟତା, ଆଦିବାସୀମାନଙ୍କର ମାରାଂବୁରୁ ଈଶ୍ୱରକୁ ଜୈନ ମାନଙ୍କ କବଳରୁ ଫେରାଇ ଆଣିବା, ସାନ୍ତାଳୀ ଭାଷାକୁ ଝାଡ଼ଖଣ୍ଡର ପ୍ରଥମ ରାଜଭାଷା ମାନ୍ୟତା ଏବଂ ଓଡ଼ିଶାରେ ଦ୍ୱିତୀୟ ରାଜଭାଷା ମାନ୍ୟତା ପାଇଁ ସମସ୍ତ ଆଦିବାସୀ ନେତା-ମନ୍ତ୍ରୀମାନେ ଚୁପଚାପ୍ ମୂକ ଦର୍ଶକ ସାଜିଛନ୍ତି । ତେଣୁ ଅବିଳମ୍ବେ ଏକତା ହେବାକୁ ଅତିଥିମାନେ ଆହ୍ୱାନ ଦେଇଛନ୍ତି । ଉକ୍ତ ସଭାରେ ସାସାଂବେଡା ଗ୍ରାମର ଶ୍ରୀ ବୁଧିଆ ହେମ୍ବ୍ରମ, ଶ୍ରୀ ଡାକ୍ତର କିସ୍କୁ, ଶ୍ରୀମତୀ ପାର୍ବତୀ ସୋରେନ, ଶ୍ରୀମତୀ ଫୁଲମଣି କିସ୍କୁ ସହିତ ପ୍ରମୁଖ ଶତାଧିକ ସ୍ତ୍ରୀ ପୁରୁଷ ଉପସ୍ଥିତ ଥିଲେ ।

Related Articles

Back to top button