ବାପା ଙ୍କ ଶବ ଦାହ ପାଇଁ ଯାଉଥିଲେ ନିଜେ ଶବ ହୋଇଗଲେ ଦମ୍ପତି l


ହରଭଙ୍ଗା (ଚିତ୍ତରଞ୍ଜନରଞ୍ଜନ ସିଂ) କିଏ ଜାଣିଛି କେତେବେଳେ କେଉଁ ଅବସ୍ଥାରେ କାହାର ଜୀବନ ଯିବ l ଗୋଟିଏ ପଟେ ବାପା ଙ୍କ ମୃତ୍ୟୁ ହୋଇ ଶବ ପଡ଼ିଥିବା ବେଳେ ଅନ୍ୟପଟେ ସଡ଼କ ଦୁର୍ଘଟଣା ରେ ପୁଅ ବହୁ ଚାଲି ଗଲେ l ବାପା ଙ୍କ ଶବଦାହ କରିପାରିଲେ ନାହିଁ ପୁଅ l କିନ୍ତୁ ତା ପୂର୍ବରୁ ନିଜେ ଶବ ହୋଇଗଲେ ଦମ୍ପତି l ସୂଚନା ମତେ ନୂଆପଡା ଜିଲ୍ଲା ରେ ହାଇସ୍କୁଲ ରେ ଶିକ୍ଷକତା କରୁଥିଲେ ରାଜକିଶୋର ସାହୁ l ହଠାତ ବାପା ଙ୍କ ମୃତ୍ୟୁ ଖବର ପାଇ ଉଭୟ ପୁଅ ବହୁ ନିଜ ଗାଁ ନୟାଗଡ ଜିଲ୍ଲା ଗଣିଆ ଥାନା ତେଲି ସାହି କୁ ଗତକାଲି ବାହାରିଥିଲେ l ନୂଆପଡା ରୁ (ଓଡି 26 ଇ 6475) ନେକ୍ସନ ନାମକ ଏକ କାର ରେ ଉଭୟ ଦମ୍ପତି ଗତକାଲି ବିଳମ୍ବିତ ରାତିରେ ନିଜ ଗାଁ କୁ ଯାଉଥିବା ସମୟରେ ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ରାମ୍ଭିକଟା ଟୁଲଗେଟେ ନିକଟରେ ଠିଆ ହୋଇଥିବା ଏକ ଖୁଦ ବୋଝେଇ ଟ୍ରକ ସହ ମୁହାଁମୁହିଁ କାର ଟି ଧକା ହୋଇଥିଲା l ଫଳରେ ଉଭୟ ଦମ୍ପତି ରାଜ କିଶୋର ସାହୁ, ଓ ପତ୍ନୀ ମୀନାରାଣୀ ସାହୁ ଗୁରୁତର ହୋଇପଡ଼ିଥିଲେ l ବିଳମ୍ବିତ ରାତିରେ ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲ ଭର୍ତ୍ତି କରିଥିଲେ l ଡାକ୍ତର ଉଭୟ ଦମ୍ପତି ଙ୍କୁ ମୃତ ଘୋଷଣା କରିଥିଲେ l ଏଭଳି ଦୁଖଃଦ ଘଟଣା କୁ ନେଇ ପରିବାର ରେ ଆଉ ଟିକେ କଳା ବାଦଲ ମାଡି ବସିଛି l ଏପଟେ ପରିବାର ଲୋକ ଖବର ପାଇ ବୌଦ୍ଧ ପହଁଚି ଥିବା ବେଳେ ଘଟଣା କୁ ନେଇ ପରିବାର ଓ ନିଜ ଗାଁ ରେ ଶୋକର ଛାୟା ଖେଳି ଯାଇଛି l




