Breaking News

ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ

ବାରିପଦା ତା-୦୩.୦୬.୨୦୨୫ ରିଖ – ସ୍ଥାନୀୟ ଛଉ ପଡିଆ ଠାରେ ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ ହୋଇଯାଇଛି । ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିବା ସହ ବାରିପଦାକୁ ସ୍ୱଚ୍ଛ ଓ଼ ସୁନ୍ଦର ସହର ରୂପେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ବାରିପଦା ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା ଓ ୱାର୍ଡ ନମ୍ୱର୍ ୧ ର କାଉନସିଲର ସୁକେଶିନୀ ସେଠୀ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ମେଳା ବିଷୟରେ ନିଜର ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା ତଥା ବରିଷ୍ଠ ସାମ୍ବାଦିକ କବି ବିଷ୍ନୁ ଶତପଥୀ ପ୍ରକାଶ କରିଥିଲେ ଯେ ମେଳା ମାଧ୍ୟମରେ ବିକିବା ଲୋକ ଓ କିଣିବା ଲୋକଙ୍କ ମଧ୍ୟରେ ସିଧାସଳଖ ବ୍ୟବସାୟ ହୋଇଥାଏ ଓ ଆବଶ୍ୟକତା ଅନୁଭବ କରି ନିଜ ମନ ପସନ୍ଦର ଜିନିଷ କିଣିବାରେ ଏହା ସହାୟକ ହୋଇଥାଏ I ଏହି ମେଳାରେ ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉପକରଣ,ବୈଦୁତିକ ଉପକରଣ ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ଆଞ୍ଚଳିକ ପ୍ରସିଦ୍ଧ ଶାଢୀ ପୋଷାକ ଆଦିର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଷ୍ଟଲ୍ ମାନ ପ୍ରଦର୍ଶିତ ହେବ। ରାଜ୍ୟ ସଡକ ପରିବହନ ନିଗମ ତରଫରୁ ଏହି ମେଳା ରେ ଏକ ବିରାଟ ଷ୍ଟଲ କରାଯାଇଛି ଏବଂ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଯାଉଛି। ମେଳା ମଧ୍ୟକୁ ବୁଲି ଆସିବା ସହିତ ନିଜ ମନ ପସନ୍ଦର ସାମଗ୍ରୀ କିଣିନେବା ନିମନ୍ତେ ମେଳାର ଆବାହକ ସଞ୍ଜୟ କୁମାର ସାହୁ ଅନୁରୋଧ କରିଛନ୍ତି ।

Related Articles

Back to top button