Breaking News

ଲଗାଣ ବର୍ଷାରେ ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲା ପରିବାର

 

ଥୁଆମୂଳ ରାମପୁର– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମା ସ୍ଥିତ କାଳି ମନ୍ଦିର ପଡାର ପଦୁକିଶୋର ପୁଝାରୀଙ୍କ ଘର ଉପରେ ଏକ ଆମ୍ବ ଗଛର ବିରାଟକାୟ ଶୁଖୁଲା ଶାଖା ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ୮.୩୦.ମି. ସମୟରେ ନିଜ ପରିବାର ସହିତ ଭୋଜନ କରିବାକୁ ବସିଥିଲେ। ଏତିକିବେଳେ ଘର ପାଖରେ ଥ‌ିବା ଆମ୍ବ ଗଛର ଏକ ବିରାଟକାୟ ଶୁଖୁଲା ଶାଖା ଘର ଉପରେ ପଡିଥିଲା। ଫଳରେ ଘରର ଆଜବେଷ୍ଟ୍ ଗୁଡିକ ଭାଙ୍ଗିବା ସହିତ ଘରଭିତର ଅନେକ ଜିନିଷପତ୍ରର ବ୍ୟାପକ କ୍ଷତି ହୋଇଥିବା ବେଳେ ପଦୁକିଶୋରଙ୍କ ସହ ସ୍ତ୍ରୀ ରଞ୍ଜିତା ଓ ଝିଅ ସୃଷ୍ଟି ଆହତ ହୋଇଛନ୍ତି। ପଦୁକିଶୋର ଏବଂ ଝିଅ ସୃଷ୍ଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ତ୍ରୀ ରଞ୍ଜିତା ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସା ପରେ ବୁଧବାର ସକାଳେ ଡାକ୍ତରଖାନାରୁ ନିଜ ଘରକୁ ଫେରିଛନ୍ତି। ଘରର କ୍ଷୟକ୍ଷତି ଅନୁସାରେ ପ୍ରଶାସନ ସହାୟତା କରିବା ସହିତ ତୁରନ୍ତ ତାଙ୍କୁ ପଲିଥୁନ ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି। ଏପଟେ ଖବର ପାଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ତୁଳସୀ ନିଆଲ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ କ୍ଷୟକ୍ଷତିର ଆକଳନକୁ ନେଇ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ଶ୍ରୀ ନିଆଲ୍ ସୂଚନା ଦେଇଛନ୍ତି। ଯେହେତୁ ଲଗାଣ ବର୍ଷା ଜାରି ରହିଥ‌ିବା ବେଳେ ପରିବାର ଲୋକେ କାହାଘରେ ମୁଣ୍ଡଗେଞ୍ଜି ରହିବେ ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପଦୁକିଶୋର। ସେଭଳି ସ୍ଥାନୀୟ ତାଲବନ୍ଦ ପଡ଼ାର ଜଗତ୍ରାମ ଦୁର୍ଗାଙ୍କ ଘର ମଧ୍ୟ ଲଗାଣ ବର୍ଷ ରେ ଭୁଶୁଡ଼ି ପଠାଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button