Breaking News

ବିକାଶ ରୁ ଉର୍ଦ୍ଧରେ ଧଉରାକୁଦ

କଣ୍ଟାମାଳ: -୩/୭/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ବଉଳସିଙ୍ଗା ରୁ ଲମ୍ବସରୀ ପଞ୍ଚାୟତ ଧଉରାକୁଦ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି l ସାମାନ୍ୟ ବର୍ଷା ହେଲେ ଏହି ଖାଲଖମା ରାସ୍ତାରେ ପାଣି ଭର୍ତ୍ତି ହୋଇ ଯାତାୟାତ ସମୟରେ ଅନେକ ଲୋକ ପଡ଼ି ଆହତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ରାସ୍ତା ଖରାବ ଯୋଗୁଁ ଲୋକଙ୍କ ଦେହ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ଆସିପାରୁ ନଥିବା ବେଳେ ଗଡ଼ଫସଫେଡି ପର୍ଯ୍ୟନ୍ତ ଖଟିଆରେ ରୋଗୀକୁ ବୋହିବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି l ଉକ୍ତ ରାସ୍ତାରେ ପ୍ରତିଦିନ ସହସହ ଲୋକଙ୍କ ସହ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଯାତାୟତ କରୁଥିବା ବେଳେ ଏବେ ବର୍ଷା ଦିନ ପ୍ରାରମ୍ଭରୁ ଏହି ରାସ୍ତା ଅଞ୍ଚଳବାସୀ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି l ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତା ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ସହ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଲାଯୋଗ୍ନୁ ରାସ୍ତା ଦୀର୍ଘବର୍ଷ ହେବ ମରାମତି ହୋଇନଥିବା ଯୋଗୁଁ ମରଣଜନ୍ତା ପାଲଟିଛି l ବର୍ଷା ପୂର୍ବରୁ ଏହି ରାସ୍ତାର ମରାମତି ପାଇଁ ଗ୍ରାମର , ଅଭିମନ୍ୟୁ ପ୍ରଧାନ , ବୁଲୁ ପ୍ରଧାନ , ଅକ୍ଷୟ ପ୍ରଧାନ , ଶେଷଦେବ ପ୍ରଧାନ , ହେମନ୍ତ ପ୍ରଧାନ , ହୃଷୀକେଶ ପ୍ରଧାନଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି l ଲୋକଙ୍କ ଯାତାୟତ କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button