ଘଣ୍ଟାପଡ଼ା ଥାନାରେ ପ୍ରଥମ ଆଇଆଇସି ଭାବେ ଯୋଗଦେଲେ ଇନିସ୍ପେକ୍ଟର ବାଲ୍ମିକୀ ପ୍ରଧାନ,


କଣ୍ଟାମାଳ: -୪/୭/୨୫ ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନାରେ ଆଇଆଇସି ଭାବେ ଯୋଗଦେଲେ ଇନିସ୍ପେକ୍ଟର ବାଲ୍ମିକୀ ପ୍ରଧାନ। ଘଣ୍ଟାପଡ଼ା ଥାନା ମାନ୍ୟତାର ଠିକ ଅଢ଼େଇ ବର୍ଷରେ ପ୍ରଥମ ଇନିସ୍ଵେକ୍ଟର ଭାବେ ଯୋଗଦେଇଥିବାରୁ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଛି। ଶ୍ରୀ ପ୍ରଧାନ ପୂର୍ବରୁ ଏସ୍ଆଇ ଭାବେ ପୁରୁଣାକଟକରେ କାର୍ଯ୍ୟକରୁଥିଲେ।ବିଭାଗୀୟ ପ୍ରମୋଶନ ପାଇବାପରେ ହିଁ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ଆଦେଶରେ ଘଣ୍ଟାପଡ଼ା ଥାନାରେ ନିଜ ଜୀବନର ପ୍ରଥମ ଇନିସ୍ପେକଟର ଭାବେ ଘଣ୍ଟାପଡ଼ା ଥାନାରେ ପ୍ରଥମ ଥାନାଧିକାରୀ ଭାବେ ଯୋଗଦେବା ସୌଭାଗ୍ୟର କଥା ବୋଲି ପ୍ରକାଶ କରିବା ସଂଗେସଂଗେ ଥାନା ଅଞ୍ଚଳର ଟ୍ରାଫିକ ସମସ୍ୟା, ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖି ଜନସାଧାରଣଙ୍କ ସହ ମିଶି ସଚେତନତା କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।
କଣ୍ଟାମାଳର ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’




