Breaking News

ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ଭିନ୍ନ ପ୍ରକାର ର ପାଳିଲେ ଜାତୀୟ ଡାକ୍ତର ଦିବସ l

ଖୋର୍ଦ୍ଧା ତା 2/7/25ରିଖ ଚିଲିକା ବାଲୁଗାଁ ରୋଟାରୀ କ୍ଲବ ଭିନ୍ନ ରୂପରେ ପାଳିଲେ ଜାତୀୟ ଡାକ୍ତର ଦିବସ l ମାନବ ସେବା ହିଁ ମାଧବ ସେବା ଯାହା ଡାକ୍ତର ମାନେ ନିଜସ୍ୱ କର୍ତବ୍ୟ ରେ ତ୍ୱରାନ୍ୱିତ କରିଥାନ୍ତି l ପ୍ରକୃତରେ ସେମାନେ ମାନବ ସମାଜ ପାଇଁ ବରଦାନ ଅଟନ୍ତି l ଏହାକୁ ମାନ୍ୟତା ଦେବାକୁ ଯାଇ କ୍ଲବ ର ଚଳିତ20 25-26ର ନୂତନ ପ୍ରେସିଡେଣ୍ଟ ରୋଟାରୀଆନ ଗଜେନ୍ଦ୍ର ସେଠି ଓ ସେକ୍ରେଟାରୀ ଯଦୁମଣି ତରାଇ, ପୂର୍ବତନ ଏ. ଜି ତଥା ଲିଟିଲ ୱାର୍ଲଡ ଇଂଲିଶ ମିଡ଼ିଅମ ସ୍କୁଲ ର ଚେୟାରମ୍ୟାନ ନମିତା ଝା, ଜଟଣୀ -ଖୋର୍ଦ୍ଧା ଏ. ଜି. ଡ଼ଃ. କୈଳାଶ ଚନ୍ଦ୍ର ମହାରଣା, ସମାଜ ସେବୀ ବୀଣାପାଣି ରାଜଗୁରୁ ଆଦି ଅନ୍ୟାନ ସଭ୍ୟ ସଭ୍ୟା ମାନେ ବାଲୁଗାଁ ସି. ଏଚ. ସି ର ଡାକ୍ତର ସଂଗ୍ରାମ କିଶୋରୀ ସାହୁ ଓ ବାଣପୁର ଡାକ୍ତରଖାନା ର ଡାକ୍ତର ଅଧୀରାଜ ସାହୁ ଓ ବିଶିଷ୍ଟ ନାଟ୍ୟ ନିର୍ଦେଶକ ତଥା ଓଡିଶା ପ୍ରସିଦ୍ଧ ଡାକ୍ତର ସୁରେନ୍ଦ୍ରନାଥ ଦାସ ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ପ୍ରଶଂସା ପତ୍ର ପ୍ରଦାନ କରି ଉତ୍ସାହିତ କରିବା ସହ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ସେମାନଙ୍କ ଚଲାପଥ କୁସୁମିତ ହେବା ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ l 

ବାଣପୁର ରୁ ତ୍ରିଲୋଚନ ବାରିକ ଙ୍କ ରିପୋର୍ଟ ସମର୍ଥ ନିୟୁଜ l

Related Articles

Back to top button