Breaking News

ଚାକିରୀ ଅବସର ଦିନ ଶିକ୍ଷକଙ୍କୁ ମିଳିଲା ଫାଇନାଲ ପେନସନ l

ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ)

ଜୁନ ୩୦ତାରିଖରେ ଚାକିରୀରୁ ଅବସର ଗ୍ରହଣ କଲେ ଲୁଣିବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିରଞ୍ଜିବି ଭୋକ୍ତା।ଅବସର ଦିନ ହିଁ ତାଙ୍କୁ ପ୍ରଦାନ କରାଯାଇଛି ଫାଇନାଲ୍ ପେନସନ। ହରଭଙ୍ଗା ବ୍ଲକ ଗୋଷ୍ଠି ଶିକ୍ଷାଅଧିକାରୀ ହାଡ଼ିବନ୍ଧୁ ବେହେରା ତାଙ୍କୁ ଏହା ପ୍ରଦାନ କରିଛନ୍ତି।ଏଥିପାଇଁ ଶ୍ରୀ ଭୋକ୍ତା ବିଇଓ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାକୁ ହରଭଙ୍ଗା ବ୍ଲକ ଶିକ୍ଷକ ମହଲରେ ସ୍ୱାଗତ କରାଯିବା ସହ ଖୁସିବ୍ୟକ୍ତ କରାଯାଇଛି।ଶ୍ରୀ ଭୋକ୍ତାଙ୍କୁ ପେନସନ ପ୍ରଦାନ ଅବସରରେ ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ସମେତ ଏବିଇଓ ଭୁବନେଶ୍ୱର ସେଠି, ବିଶିକେସନ ବେହେରା, କାର୍ତ୍ତିକ ନାୟକଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button